Categories: ଖେଳ

ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌; ଟପ୍‌ ୧୦ରେ ୩ ଭାରତୀୟ

ଦୁବାଇ,୩।୨(ପି.ଟି.)- ଭାରତୀୟ ଓପନର ଲୋକେଶ ରାହୁଲ ଟି୨୦ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଏହା ଦର୍ଶାଇଛି ସୋମବାର ପ୍ରକାଶ ପାଇଥିବା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌। ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ରାହୁଲ ସର୍ବାଧିକ ୨୨୪ ରନ୍‌ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ଓ ଥରେ ୪୦ରୁ ଅଧିକ ରନ୍‌ କରିଥିଲେ। ତାଙ୍କ ସମେତ ଟପ୍‌ ୧୦ରେ ୩ ଭାରତୀୟ ବ୍ୟାଟ୍ସମ୍ୟାନ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା। ଉପଅଧିନାୟକ ରୋହିତ ଟପ୍‌ ୧୦କୁ ଫେରିଛନ୍ତି। ଅଧିନାୟକ କୋହଲି ୯ମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ବାବର ଆଜମ ପୋଲ ପୋଜିଶନ ବଜାୟ ରଖିଛନ୍ତି। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟାସ ଆୟାର (୫୫ତମ ର଼୍ୟାଙ୍କ) ଓ ମନୀଷ ପାଣ୍ଡେ (୫୮ତମ)ଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆସିଛି। ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ଆସିଛି। ଯଶପ୍ରୀତ ବୁମରା(୧୧), ୟୁଜବେନ୍ଦ୍ର ଚହଲ(୩୦) ଓ ଶାର୍ଦ୍ଦୂଳ ଠାକୁର (୫୭) ଯଥାକ୍ରମେ ୨୬, ୧୦ ଓ ୩୪ ସ୍ଥାନ ଉପରକୁ ଉଠିଛନ୍ତି। ନବଦୀପ ସଇନି (୭୧) ଓ ରବୀନ୍ଦ୍ର ଜାଡେଜା (୭୬) ମଧ୍ୟ ଉପରକୁ ଆସିଛନ୍ତି।

Share