Categories: ଖେଳ

ରାହାନେଙ୍କ ଲାଗି ଇଚ୍ଛୁକ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୨।୮- ଅଜିଙ୍କ୍ୟ ରାହାନେ ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସର ଅନ୍ୟତମ ଦକ୍ଷ ଖେଳାଳି। ସେ ପରବର୍ତ୍ତୀ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପାଇଁ ଖେଳିପାରନ୍ତି। ଏଥିନେଇ ରାଜସ୍ଥାନ ଫ୍ରାଞ୍ଚାଇଜ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦିଲ୍ଲୀକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଡିସି ଦଳରେ ରାହାନେଙ୍କୁ ସାମିଲ କରିବାକୁ ଇଚ୍ଛୁକ। କିନ୍ତୁ ଏବେ ଏ ସମ୍ପର୍କରେ କିଛି ସ୍ପଷ୍ଟ କହି ହେବନାହିଁ। ସେ ରାଜସ୍ଥାନ ଫ୍ରାଞ୍ଚାଇଜର ଆମ୍ବାସାଡର ହୋଇଥିଲେ ମଧ୍ୟ ତାଙ୍କୁ ନେଇ ଆଲୋଚନା ଚାଲିଛି। ଯଦି ରାହାନେ ଡିସି ଦଳରେ ସାମିଲ ହୁଅନ୍ତି, ତେବେ ଏହା ଫ୍ରାଞ୍ଚାଇଜ ପାଇଁ ବଡ଼ ସଫଳତା ହେବ। ଗତ ସଂସ୍କରଣରେ ଦଳ ଶିଖର ଧାଓ୍ବନଙ୍କୁ ସନରାଇଜର୍ସ ହାଇଦ୍ରାବାଦଠାରୁ ଆଣିଥିଲା। ଧାଓ୍ବନ ୨୦୧୯ ଆଇପିଏଲରେ ୫ ଅର୍ଦ୍ଧଶତକ ସହ ୫୨୧ ରନ୍‌ କରିଥିଲେ। ତାଙ୍କ ଯୋଗୁ ଦଳ ୨୦୧୨ଠାରୁ ପ୍ରଥମ ଥର ପାଇଁ ଆଇପିଏଲ ପ୍ଲେଅପ୍‌ରେ ପ୍ରବେଶ କରିିଥିଲା। ଅନ୍ୟପକ୍ଷରେ ରାହାନେ ଆଇପିଏଲ ଆରମ୍ଭରୁ ଖେଳୁଛନ୍ତି। ୨୦୦୮ ଓ ୨୦୦୯ ସିଜନରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳୁଥିଲେ। ୨୦୧୧ରେ ରାଜସ୍ଥାନ ରୟାଲ୍ସ ଦଳରେ ଯୋଗ ଦେବା ପୂର୍ବରୁ ୨୦୧୦ରେ ଖେଳି ନ ଥିଲେ। ରାଜସ୍ଥାନ ଦଳ ଦୁଇ ବର୍ଷ ବାସନ୍ଦାଦେଶବେଳେ ସେ ପୁଣେ ଫ୍ରାଞ୍ଚାଇଜ ପାଇଁ ଖେଳିଥିଲେ।

Share