Posted inଖେଳ

ରାହାନେଙ୍କ ବିରଳ ବିଶ୍ୱ ରେକର୍ଡ

ରଞ୍ଚି,୨୨।୧୦- ଭାରତୀୟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ଏକ ନିଆର ଟେଷ୍ଟ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପର୍ଯ୍ୟନ୍ତ କ୍ୟାରିୟରରେ ୬୧ଟି ଟେଷ୍ଟ ଖେଳିଥିଲେ ମଧ୍ୟ ସେ କେବେ ହେଲେ ରନ୍‌ ଆଉଟ ହୋଇନାହାନ୍ତି। ଟେଷ୍ଟ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ୨୦୦ଟି ପାର୍ଟନରଶିପ୍‌ର ଅଂଶବିଶେଷ ହୋଇଥିଲେ ମଧ୍ୟ ରନ୍‌ ଆଉଟ ହୋଇନାହାନ୍ତି। ଖାଲି ସେତିକି ନୁହଁ ଏହି ପାର୍ଟନରଶିପ୍‌ରେ ତାଙ୍କ ସାଥୀ ବ୍ୟାଟ୍ସମ୍ୟାନମାନେ ରନ୍‌ ଆଉଟ ହୋଇନାହାନ୍ତି। ଏହା ଏକ ବିରଳ ବିଶ୍ୱ ରେକର୍ଡ ସାବ୍ୟସ୍ତ ହୋଇଛି। ଚଳିତ ତୃତୀୟ ଟେଷ୍ଟରେ ରାହାନେ ଓପନର ରୋହିତ ଶର୍ମାଙ୍କ ସହ କ୍ୟାରିୟରର ୨୦୦ ପାର୍ଟନରଶିପ୍‌ କରିଥିଲେ। ସେ ୧୯୨ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ଚୌକା ଓ ୧ ଛକା ସହ ୧୧୫ ରନର ଶତକୀୟ ପାଳି ଖେଳିବା ସହ କ୍ୟାରିୟରର ୧୧ତମ ଟେଷ୍ଟ ଶତକ ହାସଲ କରିଛନ୍ତି।
ପୂର୍ବରୁ କେବଳ ୫ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ୧୦୦ଟି ଇନିଂସ ଖେଳିଥିଲେ ମଧ୍ୟ ରନ୍‌ ଆଉଟ୍‌ ହୋଇନାହାନ୍ତି। ସେମାନେ ହେଲେ କପିଳଦେବ, ମୁଦାସର ନଜର, ପିଟର ମେ, ଗ୍ରେମ୍‌ ହିକ ଓ ରାହାନେ। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୟଦ କିରମାନୀ, ମହମ୍ମଦ ଆଝାରୁଦ୍ଦିନ ଓ ଅନିଲ କୁମ୍ବଲେ ପ୍ରତ୍ୟେକ ୭ଥର ରନ୍‌ ଆଉଟ ହୋଇଛନ୍ତି। ରାହୁଲ ଡ୍ରାଭିଡ୍‌ ୧୨ଥର ରନ୍‌ ଆଉଟ ହୋଇଥିବାବେଳେ ନିଜ ସାଥି ବ୍ୟାଟ୍ସମ୍ୟାନଙ୍କୁ ସର୍ବାଧିକଥର ରନ୍‌ ଆଉଟ କରିଛନ୍ତି। ରନ୍‌ ଆଉଟ ପ୍ରତିଶତ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୟଦ ଅବିଦ ଅଲି ୫୩ଟି ଇନିଂସରୁ ସର୍ବାଧିକ ୬ଥର ରନ୍‌ ଆଉଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri