Categories: ଜାତୀୟ

ରାସ୍ତା ସଫା କରୁଥିଲାବେଳେ ବେହୋସ ହୋଇପଡିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ

ଜଳନ୍ଧର, ୧୪।୭: ଆଜିକାଲି ପଞ୍ଜାବରେ ସ୍ବଚ୍ଛ ଭାରତ ଅଭିଯାନ ଚାଲିଛି। ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଅଭିଯାନରେ ସାମିଲ ହେଉଥିବା ନଜିର ରହିଛି। ରବିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସ୍ତ୍ରୀ ପରିଣୀତି କୌର ରାସ୍ତା ସଫା କରୁଥିଲାବେଳେ ହଠାତ୍‌ ବେହୋସ ହୋଇପଡିଥିଲେ। ସୂଚନାଯୋଗ୍ୟ, ପଟିିଆଲାରୁ ଏମ୍‌ପି ଥିବା ପରିଣୀତି ନିଜ ଅଞ୍ଚଳରେ ପ୍ଲାଷ୍ଟିକ ସଫେଇ ଅଭିଯାନ ଆୟୋଜନ କରିଥିଲେ। ଏଥିରେ ଦଳୀୟ କର୍ମୀଙ୍କ ସହ ସ୍ଥାନୀୟ ଲୋକ ଭାଗ ନେଇଥିଲେ। ପତାକା ଦେଖାଇ ଅଭିଯାନ ଆରମ୍ଭ କରିବା ପରେ ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ସଫା କରୁଥିଲାବେଳେ ହଠାତ୍‌ ପରିଣୀତି ପଡିଯାଇଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା କରାଯାଇଥିଲା।

Share