ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୩।୧ (ଡି.ଏନ.ଏ.)-କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ପାଖରୁ ବାମେବାରୀ ପର୍ଯ୍ୟନ୍ତ ରହିଥିବା କିଡ୍‌କୋ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୨୯କି.ମି. ରାସ୍ତା ଉପରେ ଦୁର୍ଘଟଣା ଘଟିବା ଏବେ ସାଧାରଣ ଘଟଣାରେ ପରିଣତ ହେଲାଣି। ୭କି.ମି. ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ୨୨ କି.ମି. ରାସ୍ତା ମଧ୍ୟ କେତେକାଂଶରେ ନଷ୍ଟ ହେଲାଣି। ରାସ୍ତାରେ ରହିଥିବା ବୈତରଣୀ ନଦୀ ପୋଲ ଏବଂ ଅରଡେଇ ନଦୀ ପୋଲର ଉପରେ କଂକ୍ରିଟରେ ଖାଲ ସୃଷ୍ଟି ହୋଇ ପୋଲ ଛାତର ଲୁହାଛଡ ବାହାରି ପଡ଼ିଛି। ୨୦ନଂ ଜାତୀୟ ରାଜପଥର ପଳାଶପଙ୍ଗା ନିକଟରୁ ଯୋଡା ଖଣି ମଣ୍ଡଳକୁ ସଂଯୋଗ କରୁଛି ଏହି କିଡ୍‌କୋ ରାସ୍ତା। ରାସ୍ତାରେ ବିଭିନ୍ନ ପ୍ଲାଣ୍ଟରୁ ଲୁହାପଥର ଗୁଣ୍ଡ, କୋଇଲା ଆଣିବା ଏବଂ ଉତ୍ପାଦିତ ପିଲେଟ ଗୋଲି ବାହାରକୁ ପଠାଇବା ପାଇଁ ଏହି ରାସ୍ତା ବ୍ୟବହାର କରାଯାଇଥାଏ। ଲୁହାପଥର, ଲୁହାପଥର ଗୁଣ୍ଡ, ଆଇରନ ପିଲେଟ ଗୋଲି ପରିବହନ କରାଯାଉଥିବାରୁ ହଜାର ହଜାର ଟ୍ରକ ରେଲୱେ ସାଇଡିଂ ଦ୍ୱୟକୁ ଏହି ରାସ୍ତା ଦେଇ ଚଳପ୍ରଚଳ ହୋଇଥାଏ। ଟ୍ରକଗୁଡିକ ଉପରୁ ରାସ୍ତା ଉପରେ ଛିଟିକି ପଡୁଥିବା ପିଲେଟ ଗୋଲି ଏବଂ ଲୁହାପଥର ଗୁଣ୍ଡ ମଧ୍ୟ ରାସ୍ତା ଉପରେ ଠାଏ ଠାଏ ଜମା ହୋଇ ଦୁର୍ଘଟଣାର କାରଣ ପାଲଟିଛି। ପ୍ରବଳ ଧୂଳିଧୂଆଁ, ସବୁ ସମୟରେ ରାସ୍ତା ଜାମ, ବର୍ଷା ହେଲେ ଖାଲଗୁଡିକରେ ପାଣି ଭର୍ତ୍ତି ହୋଇ ପଡୁଥିବା ଯୋଗୁ ରାସ୍ତା ଆହୁରି ବିପଦସଙ୍କୁଳ ହୋଇପଡ଼ିଛି। ରାସ୍ତା ପାର୍ଶ୍ୱରେ ରହିଥିବା ସରସକୋଲା, ଆହାରପଶି, ଝଡ଼ାପଶି, ସତୀକୁଦର, କଣ୍ଡରାପଶି, ଧନୁର୍ଜୟପୁର, ରେଙ୍ଗାଳବେଡା, ଗୋଡୁଆଟୋପା, ମଲଦା ଗ୍ରାମ ଗୁଡିକ ସହିତ ଏହି ରାସ୍ତାକୁ ସଂଯୋଗ କରୁଥିବା କିଛି ଗ୍ରାମର ଗ୍ରାମବାସୀଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଥିବାରୁ ଜୀବନଜୀବିକା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ରାସ୍ତା ଦୁର୍ଘଟଣାରେ ପ୍ରତ୍ୟହ ବହୁ ଧନଜୀବନ ହାନି ଘଟୁଛି। ହେଲେ ସବୁ ସମୟରେ କିଡ୍‌କୋ କର୍ତ୍ତୃପକ୍ଷ ବୁଝାମଣା, ପ୍ରତିଶ୍ରୁତି ସହିତ ରାସ୍ତା ଖାଲ ଉପରେ ସମୟ ସମୟରେ ମୋରମ ବିଛାଇ କାମ ସାରି ଦେଉଛନ୍ତି।
କେନ୍ଦୁଝର ଇନ୍‌ଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କମ୍ପାନୀ (କିଡ୍‌କୋ) ଗଠିତ ହୋଇ ପିପିପି ମୋଡରେ ଏହି ୨୯କି.ମି. ରାସ୍ତା ପାଇଁ ସମୁଦାୟ ୧୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ରାସ୍ତା ନିର୍ମାଣ ସରିବା ପରେ ପଳାଶପଙ୍ଗା ଏବଂ କାଳିମାଟିଠାରେ ୨ଟି ଟୋଲ ଗେଟ କରାଯାଇ ୨୦୧୩ ମାର୍ଚ୍ଚରୁ ଟୋଲ ଆଦାୟ ଚାଲିଛି। ହେଲେ ରାସ୍ତା ମରାମତି ହେଉନାହିଁ। ଏ ନେଇ ୨ଦିନ ପୂର୍ବରୁ କଣ୍ଡରାପଶି ପଞ୍ଚାୟତ କାର୍ଯ୍ୟାଳୟଠାରେ ୫ଟି ଗ୍ରାମର ଗ୍ରାମବାସୀ ଏବଂ କିଡ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିଡ୍‌କୋ ଅଧିକାରୀ ହିମାଂଶୁ କୁଅଁର ଉପସ୍ଥିତ ରହି ରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗ ଦ୍ୱାରା ଶୀଘ୍ର କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଏବେ ରାସ୍ତା ନିର୍ମାଣର ପ୍ରତିଶ୍ରୁତିରୁ ଓହରିଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୁନାରାମ ମାଝି, କହ୍ନେଇ ମାଝି, ମହେନ୍ଦ୍ର ମହାନ୍ତ, ବସନ୍ତ ମହାନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କିଡ୍‌କୋ ଅଧିକାରୀ ହିମାଂଶୁ କୁଅଁରଙ୍କୁ ପଚାରିବାରଏଷ୍ଟିମେଟ ସରିଛି ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ଶୀଘ୍ର ନିର୍ମାଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri