ରାସ୍ତା ପାର୍ଶ୍ୱକୁ ଓଲଟିଲା ହାଇଓ୍ବା: ଡ୍ରାଇଭର ଫେରାର

ବନ୍ତ,୧୪।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ-ଆଗରପଡ଼ା ରାସ୍ତାର ବଧିଗଡ଼ିଆ ତାରିଣୀ ଛକଠାରେ ସୋମବାର ଏକ ମେଟାଲ ବୋଝେଇ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି । ଉକ୍ତ ଗାଡ଼ି ଆଗରପଡ଼ା ଆଡୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।