ରାସ୍ତା ଦବିଲା : ରାଇକିଆ-ଦାରିଙ୍ଗବାଡ଼ି ଯାତାୟାତ ବନ୍ଦ

ରାଇକିଆ,୨୬।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡିକୁପୁଡ଼ା ନିକଟରେ ଏକ ଡାଇଭର୍ସନ ରାସ୍ତା ଦବି ଯିବା ଫଳରେ ସୋମବାର ରାଇକିଆରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଯାନବାହନ ଚଳାଚଳ ବନ୍ଦ ରହିଛି । ଗତ ତିତ୍‌ଲି ପ୍ରଭାବରେ ମୁରୁଡିକୁପୁଡ଼ା ନିକଟରେ ପୋଲ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ସେବେଠାରୁ ସେଠାରେ ଅସ୍ଥାୟୀ ଭାବେ ମାଟି ପକାଯାଇ ଡାଇଭର୍ସନ ନିର୍ମାଣ କରାଯାଇଥିଲା। ଚଳିତ ବର୍ଷାରେ ଏହି ରାସ୍ତା ବାରମ୍ବାର କ୍ଷତିଗ୍ରସ୍ତ ହେଉଛି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ସହ ମାଟି ଅତଡ଼ା ଖସୁଛି । ସୋମବାର ପୁଣି ଥରେ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ଯାନବାହନ ଚଳାଚଳ ହୋଇ ନ ପାରି ଉଭୟ ପାଶର୍‌ବରେ ଅଟକି ରହିଛି। ଏ ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ଆମେ ଉକ୍ତ ଡାଇଭର୍ସନ ମରାମତି କାମ ଆରମ୍ଭ କରିଛୁ । ଖୁବ୍‌ଶୀଘ୍ର ଏହା ସ୍ବାଭାବିକ ହେବ ବୋଲି କହିଛନ୍ତି।