ରାସ୍ତା କଡ଼ରେ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ଗୋପାଳପୁର,୮ା୫(ଡି.ଏନ୍‌.ଏ.)- ବ୍ରହ୍ମପୁର ପୋଲିସର ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ସୀମାବର୍ତ୍ତୀ ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ଜଣଙ୍କୁ ଦୁର୍ବୃତ୍ତମାନେ ପୋଡି ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଛକଠାରୁ ୫ଶହ ମିଟର ଦୂର ମୁଖ୍ୟରାସ୍ତା କଡରେ ଗୁରୁବାର ସକାଳେ ନିଅଁା ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପାଖକୁ ଯିବାରୁ ଟାୟାର ଓ କାଠରେ ଏକ ମୃତଦେହ ପୋଡାଯାଇଥିବା ବେଳେ ନିଅଁା ଜଳୁଥିଲା। ଏନେଇ ସେମାନେ ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ବସନ୍ତ ସେଠୀ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ସ୍କ୍ବାଡ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଘଟଣା ଘଟିଥିବା ସ୍ଥାନଟି ତାଙ୍କ ଅଞ୍ଚଳର ହୋଇ ନ ଥିବାରୁ ସେ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସନ୍ଧ୍ୟାରେ ସେଠାରେ ପହଞ୍ଚତ୍ଥିଲେ। ପରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ପହଞ୍ଚତ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ। ଘଟଣାସ୍ଥଳଟି କେଉଁ ଥାନା ଅଞ୍ଚଳରେ ଯାଉଛି ସ୍ପଷ୍ଟ ହୋଇ ନ ଥିବାରୁ ମାମଲା ରୁଜୁ ହୋଇନାହଁ। ଅନ୍ୟପକ୍ଷରେ ରାତି ହୋଇଥିବାରୁ ଶୁକ୍ରବାର ସକାଳୁ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବ ବୋଲି ଜଣାପଡିଛି। ଘଟଣାସ୍ଥଳରେ ୨ଟି ଥାନା ପକ୍ଷରୁ ପୋଲିସ ଜଗି ରହିଛନ୍ତି।