ରାସ୍ତା କଡରେ ରାତି କଟାଇଲେ ସୁରଟ ଫେରନ୍ତା

ପୁରୁଷୋତ୍ତମପୁର,୪ା୫(ଡି.ଏନ୍‌.ଏ.)- ସୁରଟରୁ ୫୬ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍‌ ରବିବାର ରାତି ପ୍ରାୟ ୧୧ଟାରେ ପୁରୁଷୋତ୍ତମପୁରରେ ପହଞ୍ଚତ୍ଥିଲା। ମାତ୍ର ଏମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ନେବାଲାଗି ବ୍ଲକ ପ୍ରଶାସନର ଦେଖା ମିଳି ନ ଥିଲା। ବସ୍‌ରୁ ଓହ୍ଲାଇ ବାହାରେ ବୁଲୁଥିବାରୁ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଲୋକେ ଜଣାଇଥିଲେ। ତହସିଲଦାର ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ପହଞ୍ଚତ୍ ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦେଇଥିଲେ ମଧ୍ୟ ବିଡିଓଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ରାତିସାରା ଯାତ୍ରୀମାନେ ରାସ୍ତା କଡରେ ରହିଥିଲେ। ସୋମବାର ସକାଳୁ ବିଡିଓଙ୍କ ସହ ଯୋଗାଯୋଗ କରି ସମସ୍ତଙ୍କୁ ପ୍ରତାପୁର କ୍ବାରାଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା। ସୋମବାର ସକାଳେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ଗୁଡିକ ସହର ମଧ୍ୟରେ ବହୁ ସମୟ ଧରି ରହିବାରୁ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ଦୋକାନରୁ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।