ରାସ୍ତା ଉପରେ ଜଳିଗଲା କାର୍‌

ଭଞ୍ଜନଗର,୨୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ମଙ୍ଗଳବାର ଏକ କାର୍‌ରେ ଅଗ୍ନିକାଣ୍ଡ ଘଟିଛି। କାର୍‌ର ବ୍ୟାଟେରିରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ପ୍ରକାଶ ଯେ, ବେଣିପଲ୍ଲୀର ରାଜକୁମାର ପାତ୍ରଙ୍କ ଗାଡ଼ିକୁ ଚାଳକ ଭଞ୍ଜନଗରକୁ ବେଲଗୁଣ୍ଠା ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।