ରାସ୍ତା ଅବରୋଧ ନେଇ ଉତ୍ତେଜନା

ଭୋଗରାଇ, ୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଳକ ଅଧୀନ ଟେଙ୍ଗରାମାରିି ଗ୍ରାମ ୫ନଂ. ୱାର୍ଡ଼ରେ ଜଣେ ବ୍ୟକ୍ତି ରାସ୍ତା ଅବରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଅବିଳମ୍ବେ ଏହି ଅବରୋଧକୁ ପ୍ରଶାସନ ପକ୍ଷରୁ ହଟା ନ ଗଲେ ସମୂହ ଗ୍ରାମବାସୀ ଭୋଗରାଇ ତହସିଲରେ ଗଣଆନ୍ଦୋଳନ କରିବା ସହ ଜୟରାମପୁର-ଥାନାଛକ ମୁଖ୍ୟ ରାସ୍ତାକୁ ଅବରୋଧ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଟେଙ୍ଗରାମାରି ୫ ନଂ. ଓ ଜୟରାମପୁର ୧୩ ନଂ. ୱାର୍ଡ଼ରେ ୫ଶହରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ଏହି ଗଁା ରାସ୍ତା ଦେଇ ଲୋକେ ଯିବା ଆସିବା କରୁଥିଲେ। ଜଣେ ବ୍ୟକ୍ତି ଏହି ରାସ୍ତାକୁ ନିଜ ରେକର୍ଡ଼ଭୁକ୍ତ ଦର୍ଶାଇ ଅବରୋଧ କରିବାରୁ ସ୍ଥାନୀୟ ଜନସାଧାରଣ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରାସ୍ତା ଗମନାଗମନର ଏକମାତ୍ର ରାସ୍ତା ହୋଇଥିବାରୁ ଜୀବନଯାପନ ପ୍ରଭାବିତ ହୋଇଥିବା ଗ୍ରାମବାସୀ ଶଶିକାନ୍ତ ବିଜୁଳି, ହେମନ୍ତ ବିଜୁଳି, ଅଶ୍ୱିନୀ ବିଜୁଳି, ସଞ୍ଜୟ ବିଜୁଳି ପ୍ରମୁଖ ତହସିଲଦାର, ବିଡ଼ିଓ ଏବଂ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।