ରାସ୍ତାରେ ପୁଣି ପଡ଼ୁଛି ପିଲେଟ: ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର; ପ୍ରତିଦିନ ଟ୍ରକ, ଡମ୍ପରରେ ହେଉଛି ପରିବହନ

ଯୋଡ଼ା, ୯।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ ମୁଖ୍ୟ ରାସ୍ତାରେ ଟ୍ରକ, ଡମ୍ପର ଦ୍ୱାରା ପରିବହନ ହେଉଥିବା ଲୁହାପଥର ଗୋଲି ପିଲେଟ୍‌ ରାସ୍ତାରେ ପଡୁଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏପରି ଅଭିଯୋଗ ହୋଇଥିଲା। ଜିଲା ପ୍ରଶାସନ ତରଫରୁ କଡ଼ା ନିୟମ ମଧ୍ୟ ଗ୍ରହଣ କରାଯାଉଥିଲା। କିନ୍ତୁ ଏହି ନିୟମକୁ ଧୀରେ ଧୀରେ ସମସ୍ତେ ଅବମାନନା କରୁଥିବା ଦେଖାଦେଇଛି। ଯୋଡା ସହର ମଧ୍ୟ ଦେଇ ଯାଇଥିବା ଏହି ରାଜପଥର ବାଂଶପାଣି ଓଭରବ୍ରିଜ୍‌, ମଙ୍ଗଳାମନ୍ଦିର ଛକ ଓ ମହାବୀର ଛକ, ଧରଣୀଧର ଛକ,ଷ୍ଟେଟ୍‌ ବ୍ୟାଙ୍କ ଛକ, ଠାରେ ବିପୁଳ ପରିମାଣରେ ଏହି ଲୁହାପଥର ଗୋଲି(ପିଲେଟ୍‌) ଟ୍ରକରୁ ଖସି ପଡିଥିବାରୁ ଦୁଇ ଚକିଆ ଯାନ, ସାଇକେଲ୍‌ ଆରୋହୀ ଏପରିକି ପଥଚାରୀମାନେ ମଧ୍ୟ ଯାତାୟାତରେ ହଇରାଣ ହେଉଛନ୍ତି।
ଏକାଧିକ ଦୁଇ ଚକିଆ ଗାଡି ଉକ୍ତ ପିଲେଟ୍‌ରେ ଖସଡା ଖାଇ ଦୁର୍ଘଟଣାଗ୍ରସ୍ତ ହେଉଥିବା ଖବର ରହିଛି ା ପିଲେଟ୍‌ ଗୁଡିକୁ ସଂପୃକ୍ତ କମ୍ପାନୀ ପକ୍ଷରୁ ଝାଡୁ ମରାଯାଇ ରାସ୍ତା କଡରେ ଜମା କରି ରଖାଯାଉଥିବାରୁ ଅସୁବିଧା ହେଉଛି। ଅତୀତରେ ସହରରେ ଏହି ପିଲେଟ୍‌ ପଡିବା ଘଟଣାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ରାସ୍ତା ରୋକୋ , ଜନଆନ୍ଦୋଳନ ହୋଇଥିଲା। ପ୍ରଶାସନ ପକ୍ଷରୁ ଏନେଇ କଡା ନିୟମ ଜାରି କରାଯାଇଥିଲା ା ଚମ୍ପୁଆ ଉପଜିଲାପାଳ ପାରୁଲ୍‌ ପଟାଓ୍ବାରୀ ସମ୍ପୃକ୍ତ ପରିବହନ ଠିକା ସଂସ୍ଥା ମାନଙ୍କ ଉପରେ କଟକଣା ଜାରି କରିଥିଲେ ା ପରିବହନ ବେଳେ ଘୋଡଣି ଲଗାଇବା ଏବଂ ଟ୍ରକରୁ ଯେପରି ପିଲେଟ୍‌ ଗୋଲି ନଖସିବ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରି ପରିବହନ କରିବା ପାଇଁ ନିର୍ଦ୍ଦେଶ କରାଯାଇଥିଲା। ହେଲେ ବର୍ତ୍ତମାନ ଏହା ପ୍ରଶାସନର ନଜର ଆଢୁଆଳରେ ରହୁଥିବାରୁ ପରିବହନ ଠିକା ସଂସ୍ଥା ମାନେ ବେପରୁଆ ଭାବେ ପିଲେଟ୍‌ ପରିବହନ କରୁଛନ୍ତି। ଯାହା ଫଳରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ତେଣେ କିଛି ପିଲେଟ ପରିବହନକାରୀ ସଂସ୍ଥା ଅଞ୍ଚଳର କେତେକ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ନିଯୁକ୍ତି ଦେଇ ସାଧାରଣ ଲୋକଙ୍କର ପ୍ରତିବାଦର ସ୍ବରକୁ ଧମକ ଦେଇ ଦମନ କରୁଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଯୋଡାର ବରିଷ୍ଠ ନାଗରିକ ସୋମନାଥ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲେଟ୍‌ ଗୁଡିକ ବୃତ୍ତାକାର ହୋଇଥିବାରୁ ଗୋଡ ଖସିଯାଇ ବହୁ ଲୋକ ଆହତ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଯୋଡା ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri