ରାସ୍ତାରେ ପୁଅମାନେ କମେଣ୍ଟ କଲେ ମା’ବାପାଙ୍କ ଉପରେ ରାଗୁଥିଲେ ଏହି ଅଭିନେତ୍ରୀ

୨୦୧୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲେଡିଜ୍‌ ଭର୍ସେଜ୍‌ ରିକି ବହଲ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ପରିଣୀତି ଚୋପ୍ରା । ମାତ୍ର ଫିଲ୍ମ ‘ଇସ୍କଜାଦେ’କୁ ନେଇ ତାଙ୍କୁ ସଫଳତା ମିଳିଥିଲା । ୨୨ ଅକ୍ଟୋବର ୧୯୮୮ରେ ଜନ୍ମଗ୍ରହଣ କରିଥିବା ପରୀଙ୍କର ଆଜି ହେଉଛି ଜନ୍ମଦିନ। ବଡ ଭଉଣୀ ପ୍ରିୟଙ୍କାଙ୍କ ପରି ପରିଣୀତି ଭଲ ଅଭିନେତ୍ରୀ ସାଙ୍ଗକୁ ଜଣେ ଗାୟିକା ମଧ୍ୟ।
ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ପରିଣୀତିଙ୍କ ସ୍ବପ୍ନ ଥିଲା କାର୍‌ କିଣିବା। କାରଣ ତାଙ୍କୁ ସାଇକେଲରେ ସ୍କୁଲଯିବାକୁ ପଡ଼ୁଥିଲା। ସ୍କୁଲ ଯିବାଆସିବା ରାସ୍ତାରେ ପୁଅମାନେ ତାଙ୍କୁ ସବୁବେଳେ ହଇରାଣ କରୁଥିଲେ। ଏଥିପାଇଁ ସେ ନିଜ ମା’ବାପାଙ୍କ ଉପରେ ରାଗିଯାଉଥିଲେ ବୋଲି ଏକ ସାକ୍ଷାତକାରରେ ପରିଣିତି କହିଥିଲେ। ଅଭିନୟ ପୂର୍ବରୁ ସେ ବିଦେଶରେ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର ରୂପେ ଚାକିରି କରୁଥିଲେ। ମାତ୍ର କୌଣସି କାରଣରୁ ସେ ୨୦୦୯ରେ ଚାକିରି ଛାଡି ଭାରତ ଫେରିଆସିଥିଲେ। ୨୦୧୫ରେ ପରିଣୀତି ୨୮ କିଲୋ ଓଜନ କମ୍‌ କରିଥିଲେ। ଜଙ୍କ୍‌ ଫୁଡ୍‌ ବିଶେଷକରି ପିଜ୍ଜା ତାଙ୍କର ବହୁତ ପସନ୍ଦ। ଓଜନ କମ୍‌ ସମୟରେ ସର୍ବପ୍ରଥମେ ସେ ପିଜ୍ଜା ଖାଇବା ବନ୍ଦ କରିଥିଲେ। ଏକଦା ପରିଣୀତି ସୈଫ୍‌ଙ୍କ ପାଇଁ ପାଗେଳୀ ଥିଲେ।

Share