ରାସ୍ତାରେ ଧାନଗଛ ରୋଇଲେ ଉତ୍ତ୍ୟକ୍ତ ମହିଳା

ବଡ଼ସାହି,୪ା୯(ସ୍ବ.ପ୍ର)- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗମନାଗମନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ା ମାତ୍ର ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଆନ୍ତରିକତା ଅଭାବରୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଦୀର୍ଘ ଦିନର ଦାବି ପୂରଣ ହୋଇପାରୁ ନ ଥିବାରୁ ନିରୁପାୟ ହୋଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ରାସ୍ତା ଉପରେ ଧାନଗଛ ଲଗାଇଛନ୍ତି ା ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ପ୍ରତାପପୁର ପଞ୍ଚାୟତ ବାଥୁଡିବନ୍ଧ ଗ୍ରାମରେ ା
ଏହି ଗ୍ରାମର ୧୦ନଂ. ୱାର୍ଡରେ ୧୫୦ ପରିବାର ରହୁଥିବା ବେଳେ ୮ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି ା ଗାଁ ଠାରୁ ସାନନୂଆଗାଁ ପର୍ଯ୍ୟନ୍ତ ଯାଇଥିବା ୧ କି.ମି ପାଖାପାଖି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଫଳରେ ଯାତାୟାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି ା ଏହି ରାସ୍ତା ଦେଇ ପ୍ରତିଦିନ ୭ରୁ ୮ଶହ ଲୋକ ଯିବା ଆସିବା କରିଥାନ୍ତି। ଏହା ବ୍ୟତୀତ ପଞ୍ଚାୟତର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭର କରି ଚଳପ୍ରଚଳ କରିଥାନ୍ତି। ଗ୍ରାମର ମନୋରଞ୍ଜନ ପ୍ରଧାନ, କାର୍ତ୍ତିକ ପ୍ରଧାନ, ରାଜୀବ ଗିରି, ଅମ୍ବିକା ଶଙ୍କର ଗିରି କୁହନ୍ତି, ସାମାନ୍ୟ ବର୍ଷା ହେଲେ ବଡ଼ ବଡ଼ ଗାତଗୁଡିକ ପାଣି କାଦୁଅରେ ଭର୍ତ୍ତି ହୋଇଯାଇଥାଏ। ଏପରି କି ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଥାଏ। ୩ ଚକିଆ କିମ୍ବା ଚାରି ଚକିଆ ଯାନ ଗାଁରେ ପଶିପାରେ ନାହିଁ ା ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ମଧ୍ୟ ଗାଁକୁ ଯାଇପାରେ ନାହିଁ। ବାଧ୍ୟରେ ଯିବାଆସିବା କରୁଥିବା ଚାରିଚକିଆ ଯାନଗୁଡିକ କାଦୁଅରେ ଫସିଯାଇ ହଇରାଣ ହରକତ ହୋଇଥାନ୍ତି ା ଏପରି କି ପ୍ରତିଦିନ ସ୍କୁଲକୁ ଯାଉଥିବା ଛାତ୍ରୀଛାତ୍ରମାନେ ଏହି ରାସ୍ତାରେ ଗୋଡ଼ ଖସିଯାଇ ପାଣି କାଦୁଅରେ ସରସର ହୋଇ ଘରକୁ ଫେରିଥାନ୍ତି ା ରୋଗୀ କିମ୍ବା ପ୍ରସୂତିମାନଙ୍କୁ ଡାକ୍ତରଖାନା ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଜକୁ ୧୫ବର୍ଷ ହେବ ପଞ୍ଚାୟତ କିମ୍ବା ବ୍ଲକ ପକ୍ଷରୁ ରାସ୍ତାରେ ମୁଠାଏ ମାଟି କିମ୍ବା ମୋରମ ପଡିନାହିଁ ବୋଲି ମାଆ ତାରିଣୀ, ମା ବିରଜା ଓ ମାଆ ହଳଦୀଗୁଣ୍ଡି ଏସଏସଜି ଗ୍ରୁପର ମହିଳାମାନେ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବିଭାଗର ଏପରି ଦାୟିତ୍ୱହୀନତା ଓ ଅବହେଳାକୁ ସାଧାରଣରେ ନିନ୍ଦା କରାଯାଇଛି ା ଦୀର୍ଘ ଦିନରୁ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତାଟିକୁ କଂକ୍ରିଟ କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ କିମ୍ବା ରାଜନେତାଙ୍କ ଦୃଷ୍ଟି ପଡୁନାହିଁ ା ଏଭଳି ପରିସ୍ଥିତିରେ ଗ୍ରାମର ଏସ୍‌ଏସ୍‌ଜି ମହିଳାମାନେ ଉତ୍ତ୍ୟକ୍ତ ହୋଇ କାଦୁଅ ରାସ୍ତାରେ ଧାନଗଛ ଲଗାଇଛନ୍ତି ା ୧୫ ଦିନ ମଧ୍ୟରେ ରାସ୍ତା ମରାମତି କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଗ୍ରାମର ଅଜିତ ନାଏକ, ଅନୀଲ ନାଏକ, ଅଲେଖ ଗିରି, ସନିଆ ନାଏକ, ବିକର୍ତ୍ତନ ନାଏକଙ୍କ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା ଏ ସମ୍ପର୍କରେ ସରପଞ୍ଚ ସସ୍ମିତା ନାଏକ କୁହନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତାରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଆକ୍ସନ ପ୍ଲାନ ପାସ୍‌ ହୋଇ ପଞ୍ଚାୟତକୁ ଆସିଛି ା ବର୍ଷା ଋତୁ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ତେବେ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ଅଧିକ ୨ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ା ଚଳିତ ବର୍ଷ ଆକ୍ସନ ପ୍ଲାନରେ ମଞ୍ଜୁର ହେଲେ ସମ୍ପୂର୍ଣ୍ଣ ରାସ୍ତା କଂକ୍ରିଟ ହୋଇପାରିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri