Categories: ଜାତୀୟ

ରାସ୍ତାରେ ଛେପ ପକାଇଲେ ଶହେ ଟଙ୍କା ଜରିମାନା: ୧୦ ହଜାର ଲୋକଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ

ଅହମ୍ମଦାବାଦ୍‌,୨୮।୪: ଗୁଜରାଟରେ ରାସ୍ତାରେ ଛେପ ପକାଉଥିବା ଲୋକଙ୍କ ପାଇଁ କରାଯାଇଛି କଡ଼ା ଆଇନ। ସହରକୁ ପରିଷ୍କାର ରଖିବା ଲାଗି ଅହମ୍ମଦାବାଦ୍‌ ମହାନଗର ପାଳିକା ପକ୍ଷରୁ ଏଭଳି ଲୋକଙ୍କ ଉପରେ ଶହେ ଟଙ୍କା ଜରିମାନା ଦଣ୍ଡ ବିଧାନ କରାଯିବାର ଆଇନ ଜାରି କରାଯାଇଛି। ଇତି ମଧ୍ୟରେ ୧୦ ହଜାର ଲୋକଙ୍କୁ ଜରିମାନା କରାଯାଇଥିବା କୁହାଯାଉଛି। ଦେଶରେ ଏଭଳି ଆଇନ ବ୍ୟବସ୍ଥା ପ୍ରଣୟନରେ ଅହମ୍ମଦାବାଦ୍‌ ପ୍ରଥମ ସହର ହେବାର ମାନ୍ୟତା ଲାଭକରିଛି। ସିସି ଟିଭି ଫୁଟେଜ୍‌ରୁ ମହାନଗର ଆଇନ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନ କରି ଜରିମାନା ଆଦାୟ କରାଯାଉଛି। ଏହା ସହିତ ଗାଡ଼ି ନମ୍ବରରୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଠିକଣା ମିଳିପାରୁଥିବା ମହାନଗର ପାଳିକା ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Share