ରାସ୍ତାପାର୍ଶ୍ୱରେ ପଡ଼ିରହିଛି ଶିଶୁର ମୃତଦେହ

ଜୟପୁର,୪।୯(ଡି.ଏନ୍‌.ଏ.): ଜୟପୁରରୁ ବିଶାଖାପାଟଣା ଯିବା ମୁଖ୍ୟ ରାସ୍ତା ଲମତାପୁଟ ତୁସୁବା ଛକ ନିକଟରେ ଏକ ଶିଶୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଶିଶୁଟିକୁ କିଏ କାହିଁକି ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ମାଆ ଗୃହ ମାତ୍ର ତିନି ଶହ ମିଟର ଦୂରରେ ଶିଶୁର ମୃତଦେହଟି ପଡ଼ିରହିଥିବାରୁ ଏନେଇ ଅଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି କହିଥିବାବେଳେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମଧ୍ୟ ମନା କରିଦେଇଛନ୍ତି।