ରାସ୍ତାପାର୍ଶ୍ୱରୁ ଗଛକଟା ନେଇ ଉତ୍ତେଜନା

ହିଞ୍ଜିଳିକାଟୁ,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ସେତୁ ନିକଟ ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ବେନିୟମ ଭାବେ ଗଛ କାଟିବା ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଛି। ନିକଟବର୍ତ୍ତୀ ଗ୍ରାମର କିଛି ମହିଳା ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡ଼ିକୁ ଜାଳେଣି ସଂଗ୍ରହ ନିମନ୍ତେ କାଟୁଥିବାବେଳେ ତ୍ରିରଙ୍ଗା ଯୁବକ ସଂଘ ଓ ଡିସକଭରୀ ହିଞ୍ଜିଳିକାଟୁର କାହ୍ନୁ ପଣ୍ଡା, ପ୍ରଭାତ ମହାରଣା, କିରଣ ପୃଷ୍ଟି ଓ ଅନ୍ୟ ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ। ଏଥିନେଇ ହିଞ୍ଜିଳିଥାନାକୁ ଖବର ଦେଇଥିଲେ। ଖବର ପାଇ୨ ଜଣ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ତାଗିଦ୍‌ କରିଥିଲେ। ପରେ ଚେରମାରିଆ ରେଞ୍ଜ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଟା ଯାଇଥିବା ଗଛକୁ ଜବତ କରିଛନ୍ତି। ଚଳିତବର୍ଷ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ସ୍ଥାନରେ ଚାରାରୋପଣ ପାଇଁ ଉଭୟ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ବ୍ୟାପକ ପଦକ୍ଷେପ ନେଇଛନ୍ତି ବୋଲି ତ୍ରିରଙ୍ଗା ଅନୁଷ୍ଠାନର ସଭାପତି ରଞ୍ଜନ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଜାଳେଣି ପାଇଁ ରାସ୍ତାପାର୍ଶ୍ୱ ଗଛ କଟାଯିବା କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ବଣ୍ଟନ ହିଞ୍ଜିଳି ଅଞ୍ଚଳରେ କେତେ ସଫଳ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି ବୋଲି ପୂର୍ବତନ ଓକିଲ ସଂଘ ସଭାପତି ରାମଚନ୍ଦ୍ର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri