Posted inଜାତୀୟ

ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦିଲ୍ଲୀରେ ପୋଲିସ-ଓକିଲ ସଂଘର୍ଷକୁ ନେଇ ସଂଗ୍ରାମ ଜାରି ରହିଛି। ପୋଲିସ କର୍ମଚାରୀମାନେ ମଙ୍ଗଳବାର ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ମନାଇବା ପାଇଁ ୧୨ ଥର ଉଦ୍ୟମ ହୋଇଥିଲେ ମଧ୍ୟ ପୋଲିସ କର୍ମଚାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ଅନୁରୋଧକୁ ସେମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଶେଷରେ ଉପରାଜ୍ୟପାଳ(ଏଲ୍‌ଜି) ଅନିଲ ବୈଜାଲ ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀମାନେ ୧୧ ଘଣ୍ଟା ଧରି ଚଳାଇଥିବା ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ପୋଲିସକୁ ଭାଜପାର ସଶସ୍ତ୍ର ଶାଖା ବୋଲି ଅଭିହିତ କରିଛି ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)।
ତିସ୍‌ ହଜାରି କୋର୍ଟରେ ଶନିବାର ପାର୍କିଂକୁ ନେଇ ପୋଲିସ କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ କେତେଜଣ ଆଇନଜୀବୀ ଓ ୨୦ ପୋଲିସ କର୍ମୀ ଆହତ ହୋଇଥିଲେ। ଆଇନଜୀବୀମାନେ ଏକ ପୋଲିସ ଗାଡ଼ିକୁ ପୋଡ଼ିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ସେହିପରି ସୋମବାର ମଧ୍ୟ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସାକେତ ଜିଲା କୋର୍ଟ ବାହାରେ ୟୁନିଫର୍ମ ପିନ୍ଧି ମୋଟରସାଇକେଲରେ ଯାଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ କହୁଣୀରେ ମାରିବା ଅଭିଯୋଗରେ ଜଣେ ଆଇନଜୀବୀଙ୍କ ବିରୋଧରେ ଦୁଇଟି ଏତଲା ଦାଏର କରାଯାଇଛି। ଏହି ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର ହଜାର ହଜାର ସଂଖ୍ୟାରେ ପୋଲିସ କର୍ମୀ ଆଇଟିଓସ୍ଥିତ ପୋଲିସ ମୁଖ୍ୟାଳୟ ବାହାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଶାନ୍ତ ରହିବାକୁ ବୁଝାଶୁଝା କରିବାରୁ ସେମାନେ ‘ଆମକୁ ନ୍ୟାୟ ଦରକାର’ ଓ ‘ଗୋ ବ୍ୟାକ୍‌, ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ଆଉ କେତେଜଣ କର୍ମଚାରୀ ୧୯୮୮ର ଆଇନଜୀବୀ-ପୋଲିସ ସଂଘର୍ଷର ସ୍ମୃତିଚାରଣ କରି ତତ୍କାଳୀନ ଆଇପିଏସ୍‌ ଅଧିକାରୀ କିରନ ବେଦୀଙ୍କୁ ମନେପକାଇଥିଲେ। କେହି କେହି ସମ୍ପ୍ରତି ପୁଡୁଚେରୀ ଉପରାଜ୍ୟପାଳ ଥିବା କିରନଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଧରିଥିଲେ, ଯେଉଁଥିରେ ଲେଖାଥିଲା ‘ଆମ କମିଶନର କିରନ ବେଦୀଙ୍କ ଭଳି ହେବା ଉଚିତ’। ଦିଲ୍ଲୀରେ ପୋଲିସର ଏଭଳି ବିକ୍ଷୋଭ କେବେ ଦେଖିବାକୁ ମିଳି ନ ଥିଲା। ଏହି ଆନ୍ଦୋଳନ ଯୋଗୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା। ଇତିମଧ୍ୟରେ ହରିୟାଣା ଓ ବିହାର ପୋଲିସ ସଂଘ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ବିକ୍ଷୋଭକୁ ସମର୍ଥନ ଜଣାଇଥିଲା। ଏସବୁକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଆହତ କର୍ମଚାରଙ୍କ ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଘୋଷଣା କରାଯାଇଥିଲା।
ପୋଲିସ କର୍ମଚାରୀ ୧୦ ଦଫା ଦାବି ନେଇ ହାତରେ କଳା ପଟି ବାନ୍ଧି ବିକ୍ଷୋଭ ଚଳାଇଥିବାବେଳେ ସନ୍ଧ୍ୟା ଯାଏ ଅନେକ କର୍ମଚାରୀଙ୍କ ପରିବାର ସଦସ୍ୟ ଇଣ୍ଡିଆ ଗେଟ୍‌ ସାମ୍ନାରେ ବିକ୍ଷୋଭ କରିଥିଲେ। ଲୋକେ ସମସ୍ତ ପର୍ବକୁ ନିର୍ଭୟରେ ପାଳନ କରିପାରିବେ ବୋଲି ଦିଲ୍ଲୀ ପୋଲିସର ଅଧିକାରୀମାନେ ଦିନରାତି କାମ କରୁଛନ୍ତି। କିନ୍ତୁ ଏହି ତ୍ୟାଗ କରିବାବେଳେ ରାସ୍ତାରେ ସେମାନଙ୍କୁ ମାଡ଼ ମରାଯାଉଛି। ଆମର କିଛି ଭାବନା କି ଅଧିକାର ନାହିଁ ବୋଲି ଜଣେ ପୋଲିସ ଅଧିକାରୀଙ୍କ ସ୍ତ୍ରୀ ମୁନେଶ ଦହିୟା ପ୍ରଶ୍ନ କରିଛନ୍ତି। ଉତ୍ତ୍ୟକ୍ତ ଭିଡ଼କୁ ଦେଖି ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜ ଅଫିସରୁ ବାହାରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୋଲିସକୁ ଏକ ଶୃଙ୍ଖଳିତ ବଳ ଭାବେ ବ୍ୟବହାର ଦେଖାଇବାକୁ ପଡ଼ିବ। ପୋଲିସ ଆଇନର ଅନୁପାଳନ କରୁ ବୋଲି ସରକାର ଓ ଲୋକେ ଆଶା କରନ୍ତି। ଏହା ଆମର ବଡ଼ ଉତ୍ତରଦାୟିତ୍ୱ। ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଚାଲିଛି। ତେଣୁ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ବରିଷ୍ଠ ଅଧିକାରୀମାନେ ଏହାର ସମାଧାନ ପାଇଁ ଲାଗିଥିବା ଅମୂଲ୍ୟ ପରେ ଖବରଦାତାଙ୍କୁ କହିଥିଲେ। ତେବେ ପ୍ରଥମେ ଆମକୁ ଆମର ଖାକିର ସମ୍ମାନ ବଞ୍ଚାଇବାକୁ ହେବ। ତା’ପରେ ଯାଇ ଆମେ କାର୍ଯ୍ୟରେ ଯୋଗଦେବୁ ବୋଲି ଜଣେ ପୋଲିସ କର୍ମଚାରୀ କହିଥିଲେ। ଦିଲ୍ଲୀ ପୋଲିସରେ ୮୦ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ଏକ ସଂଘ ଗଠନ କରାଯାଉ ବୋଲି ପୋଲିସ କର୍ମୀମାନେ ଦାବି କରିଥିଲେ। ଶନିବାର ତିସ୍‌ ହଜାରି କୋର୍ଟରେ ହୋଇଥିବା ସଂଘର୍ଷ ନେଇ ଦିଲ୍ଲୀ ପୋଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛି। ରାତିରେ ଏଲ୍‌ଜି ଅନିଲ ବୈଜାଲ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ସେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri