ରାସ୍ତାକଡରୁ ମିଳିଲା ଟିଫିନ୍‌ ବୋମା

ନବରଙ୍ଗପୁର,୬।୧(ବି.ପ୍ର): ନବରଙ୍ଗପୁର ଜିଲା ରାଇଘର ଥାନା ସରଗୁଲି ଗ୍ରାମର ରାସ୍ତାକଡରୁ ଦୁଇଟି ଜୀବନ୍ତ ଟିଫିନ ବୋମା ଉଦ୍ଧାର କରାଯାଇଛି। ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଛି। ସେଠାରେ ଏବେ ବୋମା ନିଷ୍କ୍ରିୟ ପାଇଁ ଉଦ୍ୟମ ଜାରି ରହିଛି। ଟିଫିନ୍‌ ବୋମା ମିଳିବା ପରେ ସମ୍ପୃକ୍ତ ଗାଁରେ ଆତଙ୍କ ସୃଷ୍ଟି ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।