Categories: ଖେଳ

ରାଷ୍ଟ୍ରପତିଙ୍କ ସହ ରାତ୍ରଭୋଜନ କଲେ ଧୋନୀ

ରାଞ୍ଚି,୩୦।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାତ୍ର ଭୋଜନ କରିଛନ୍ତି। ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିବାଙ୍କୁ ଧରି ରବିବାର ରାଜଭବନରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସମସ୍ତେ ମିଶି ରାତ୍ରଭୋଜନ କରିଥିଲେ। ଏଥିରେ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ରାଷ୍ଟ୍ରପତି ସ୍ତ୍ରୀ ସବିତା କୋବିନ୍ଦଙ୍କ ସହ ତିନିଦିନିଆ ଝାଡଖଣ୍ଡ ଗସ୍ତରରେ ଯାଇଛନ୍ତି। ପ୍ରବ ବର୍ଷା ଯୋଗୁ ରାଷ୍ଟ୍ରପତିଙ୍କ ଗୁମଲା ଏବଂ ଦେଓଘର ଗସ୍ତ ବାତିଲ କରାଯାଇଛି। ଫଳରେ ରବିବାର ରାଷ୍ଟ୍ରପତିଙ୍କୁ ରାଜଭବନରେ ହିଁ ରହିବାକୁ ପଡିଥିଲା। ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ୍‌ ପରେ ଧୋନୀ କିଛିଦିନ କ୍ରିକେଟରୁ ଦୂରେଇ ଯାଇଛନ୍ତି।

Share