Categories: ଜାତୀୟ

ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ହେବନି ନ୍ୟାୟିକ ବିଚାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ଦୋଷୀ ମୁକେଶ ସିଂଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଥିବା ରାଜକ୍ଷମା ବିରୋଧରେ କରାଯାଇଥିବା ଆବେଦନକୁ ଝଟ୍‌କା ଲାଗିଛି। ସୁପ୍ରିମ୍‌କୋର୍ଟ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ ବିଚାର ପାଇଁ କୌଣସି ଆଧାର ନ ଥିବା ଦର୍ଶାଇ ଏହାକୁ ଖାରଜ କରିଛନ୍ତି। ରାଜକ୍ଷମା ଆବେଦନ ସମୟରେ ରାଷ୍ଟ୍ରପତିଙ୍କ ପାଖକୁ ସମସ୍ତ ତଥ୍ୟକୁ ସଂଲଗ୍ନ କରାଯାଇ ଥିଲା। ଏହାକୁ ଭଲଭାବେ ଦେଖିବା ପରେ ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ। ତେଣୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ବିଚାର କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି। ଏହାଦ୍ୱାରା ଦୋଷୀ ମୁକେଶଙ୍କ ପାଖରେ ଫାଶୀରୁ ରକ୍ଷା ପାଇବାର ଅନ୍ୟ କୌଣସି ବିକଳ୍ପ ନ ଥିବା କୁହାଯାଉଛି।

Share