Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୫ ତାରିଖ – Daily Horoscope

ମେଷ
କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ ନ କଲେ କ୍ଷତିରେ ପଡ଼ିପାରନ୍ତି। ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ଆଶା କରୁଥିବା ଦିଗରୁ ଅର୍ଥ ପାଇ ଖୁସି ହେବେ ଓ କାମଗୁଡ଼ିକ ସହଜରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ମାଙ୍ଗଳିକ କାମରେ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ପ୍ରଶାସନିକ ସ୍ତରରେ, ସଭାସମିତି, ରାଜନୀତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ପ୍ରଭାବରେ ଭାବୁଥିବେ ଗୋଟିଏ କଥା, କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ସାହିତ୍ୟ, ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଅନ୍ୟଥା ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।
କର୍କଟ
କର୍କଟ
ଆଶା କରୁଥିବା ଶୁଭ ସମ୍ବାଦଟି ବନ୍ଧୁଙ୍କ ଜରିଆରେ ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା କାରଣରୁ କାର୍ଯ୍ୟହାନିର ଆଶଙ୍କା ରହିଛି। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା ଓ ମାଙ୍ଗଳିକ କାମରେ ସହଯୋଗ କରି ଖୁସି ରହିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଆପଣ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟସାଧନ କରିପାରନ୍ତି। ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ କିମ୍ବା ଅଟକି ରହିଥିବା କାମ ମଧ୍ୟ ସମ୍ପନ୍ନ ହେବ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢ଼ିପାରେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
କନ୍ୟା
ଆର୍ଥିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମରେ ଉତ୍ସାହିତ ହୋଇପାରିବେ ନାହିଁ। ପାରିବାରିିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଯୋଗୁ ଦୁଃଖାନୁଭବ କରିପାରନ୍ତି। ପରକଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡିପାରେ। ପ୍ରଶାସନିକ ସ୍ତରରେ କୌଣସି କାମ କରିବାରେ ପଛେଇ ଯାଇପାରନ୍ତି।
ତୁଳା
ତୁଳା
ଆଜି ଯାହା କରିବା କଥା ବାରମ୍ବାର ଚିନ୍ତା କରିବା ପରେ ପଦକ୍ଷେପ ନେବା ଭଲ ହେବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାରେ ପଡ଼ିପାରନ୍ତି। ଅପରାହ୍ନରେ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଛା
ବିଛା
ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କୁ ଅନୁନୟ ବିନୟ କରିବାକୁ ପଡ଼ିପାରେ। କଳା,ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ରୀଡ଼ା, ପ୍ରତିଯୋଗିତା, କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରି ପାରିବେ ନାହିଁ । ଛୋଟଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତିରେ ଉଦ୍‌ବିଗ୍ନ ରହିପାରନ୍ତି।
ଧନୁ
ଧନୁ
ପାପଗ୍ରହ ପ୍ରଭାବରୁ ଶାରୀରିକ ସୁସ୍ଥତା କେତେକାଂଶରେ ବ୍ୟାହତ ହୋଇପାରେ। ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାକୁ ସମସ୍ୟା ବହୁଳ କରିପାରନ୍ତି। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ଦେଖାଦେବାର ଆଶଙ୍କା ରହିଛି। ସଭାସମିତିରେ ତର୍କ ବିତର୍କର ସମ୍ଭାବନା ରହିଛି।
ମକର
ମକର
ଆଜିର ଯାତ୍ରା ଫଳପ୍ରଦ ହେବ ଏବଂ ବନ୍ଧୁମିଳନ ଜନିତ ସାମୟିକ ଆନନ୍ଦ ଅନୁଭବ କରିବେ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ ମାନସିକ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ସମସ୍ୟା ଯୋଗୁ ସାମୟିକ ମନ ବିଚଳିତ ରହିପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ସମସ୍ତ ପ୍ରକାରର ପ୍ରତିବନ୍ଧକକୁ ଦୂରେଇ ନେଇ ଚେଷ୍ଟା କରୁଥିବା କାମକୁ ସମ୍ପନ୍ନ କରିପାରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ପଡି ରହିଥିବା ବକେୟା ଅର୍ଥ ବନ୍ଧୁଙ୍କ ମାଧ୍ୟମରେ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ପୁତ୍ରକନ୍ୟାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବାକୁ ପଡିବ।
ମୀନମୀନ
ପରୋକ୍ଷ ଶତ୍ରୁତା କାରଣରୁ ପାଖ ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବ। ଅର୍ଥ ସମ୍ପର୍କକୁ ନେଇ କୌଣସି ବନ୍ଧୁଙ୍କ ସହ ବିବାଦଗ୍ରସ୍ତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ, ଫଳରେ ମତାନୈକ୍ୟ ଘଟିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ ମୁଖଭାବରେ ଚନ୍ଦ୍ର ଯୋଗୁ ହସିଲେ କଥା କହିବେ। ବନ୍ଧୁ ଅର୍ଥସାହାଯ୍ୟ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ସ୍ଥଗିତ କାମରେ ଅଗ୍ରଗତିର ସମ୍ଭାବନା, ପାରିବାରିକ ସମସ୍ୟାର...

ରାଶିଫଳ: ଗୁରୁବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ ନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ବାଦୁ ଭୋଜନ ପରଷିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri