Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୫ ତାରିଖ – Daily Horoscope

ମେଷ
କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ ନ କଲେ କ୍ଷତିରେ ପଡ଼ିପାରନ୍ତି। ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ଆଶା କରୁଥିବା ଦିଗରୁ ଅର୍ଥ ପାଇ ଖୁସି ହେବେ ଓ କାମଗୁଡ଼ିକ ସହଜରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ମାଙ୍ଗଳିକ କାମରେ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ପ୍ରଶାସନିକ ସ୍ତରରେ, ସଭାସମିତି, ରାଜନୀତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ପ୍ରଭାବରେ ଭାବୁଥିବେ ଗୋଟିଏ କଥା, କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ସାହିତ୍ୟ, ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଅନ୍ୟଥା ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।
କର୍କଟ
କର୍କଟ
ଆଶା କରୁଥିବା ଶୁଭ ସମ୍ବାଦଟି ବନ୍ଧୁଙ୍କ ଜରିଆରେ ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା କାରଣରୁ କାର୍ଯ୍ୟହାନିର ଆଶଙ୍କା ରହିଛି। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା ଓ ମାଙ୍ଗଳିକ କାମରେ ସହଯୋଗ କରି ଖୁସି ରହିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଆପଣ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟସାଧନ କରିପାରନ୍ତି। ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ କିମ୍ବା ଅଟକି ରହିଥିବା କାମ ମଧ୍ୟ ସମ୍ପନ୍ନ ହେବ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢ଼ିପାରେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
କନ୍ୟା
ଆର୍ଥିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମରେ ଉତ୍ସାହିତ ହୋଇପାରିବେ ନାହିଁ। ପାରିବାରିିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଯୋଗୁ ଦୁଃଖାନୁଭବ କରିପାରନ୍ତି। ପରକଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡିପାରେ। ପ୍ରଶାସନିକ ସ୍ତରରେ କୌଣସି କାମ କରିବାରେ ପଛେଇ ଯାଇପାରନ୍ତି।
ତୁଳା
ତୁଳା
ଆଜି ଯାହା କରିବା କଥା ବାରମ୍ବାର ଚିନ୍ତା କରିବା ପରେ ପଦକ୍ଷେପ ନେବା ଭଲ ହେବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାରେ ପଡ଼ିପାରନ୍ତି। ଅପରାହ୍ନରେ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଛା
ବିଛା
ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କୁ ଅନୁନୟ ବିନୟ କରିବାକୁ ପଡ଼ିପାରେ। କଳା,ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ରୀଡ଼ା, ପ୍ରତିଯୋଗିତା, କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରି ପାରିବେ ନାହିଁ । ଛୋଟଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତିରେ ଉଦ୍‌ବିଗ୍ନ ରହିପାରନ୍ତି।
ଧନୁ
ଧନୁ
ପାପଗ୍ରହ ପ୍ରଭାବରୁ ଶାରୀରିକ ସୁସ୍ଥତା କେତେକାଂଶରେ ବ୍ୟାହତ ହୋଇପାରେ। ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାକୁ ସମସ୍ୟା ବହୁଳ କରିପାରନ୍ତି। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ଦେଖାଦେବାର ଆଶଙ୍କା ରହିଛି। ସଭାସମିତିରେ ତର୍କ ବିତର୍କର ସମ୍ଭାବନା ରହିଛି।
ମକର
ମକର
ଆଜିର ଯାତ୍ରା ଫଳପ୍ରଦ ହେବ ଏବଂ ବନ୍ଧୁମିଳନ ଜନିତ ସାମୟିକ ଆନନ୍ଦ ଅନୁଭବ କରିବେ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ ମାନସିକ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ସମସ୍ୟା ଯୋଗୁ ସାମୟିକ ମନ ବିଚଳିତ ରହିପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ସମସ୍ତ ପ୍ରକାରର ପ୍ରତିବନ୍ଧକକୁ ଦୂରେଇ ନେଇ ଚେଷ୍ଟା କରୁଥିବା କାମକୁ ସମ୍ପନ୍ନ କରିପାରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ପଡି ରହିଥିବା ବକେୟା ଅର୍ଥ ବନ୍ଧୁଙ୍କ ମାଧ୍ୟମରେ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ପୁତ୍ରକନ୍ୟାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବାକୁ ପଡିବ।
ମୀନମୀନ
ପରୋକ୍ଷ ଶତ୍ରୁତା କାରଣରୁ ପାଖ ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବ। ଅର୍ଥ ସମ୍ପର୍କକୁ ନେଇ କୌଣସି ବନ୍ଧୁଙ୍କ ସହ ବିବାଦଗ୍ରସ୍ତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ, ଫଳରେ ମତାନୈକ୍ୟ ଘଟିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri