Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ। ଅଭାବ ନ ଥିଲେ ମଧ୍ୟ ଋଣ ପରିଶୋଧ ଓ ବନ୍ଧୁଙ୍କ ଶତ୍ରୁତାରୁ ମନ ଭାରାକ୍ରାନ୍ତ ରହିପାରେ। ଜମିଜମା, ଜଳ, ତୈଳ କିମ୍ବା ବିଦ୍ୟୁତ୍‍ ବ୍ୟବସାୟରୁ ଲାଭବାନ ହେବେ।
ବୃଷ
ବୃଷ
କର୍ମଜଞ୍ଜାଳ ବୃଦ୍ଧି ସାଙ୍ଗକୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ। ପିଲାଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ଷୁବ୍ଧ ହେବେ। ଆଜିର ବ୍ୟବସାୟିକ ସ୍ଥିତି, ବନ୍ଧୁଗୃହକୁ ଯାତ୍ରା ସନ୍ତୋଷଜନକ ରହିବ। ସଙ୍କଟଜନକ ପରିସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ।
ମିଥୁନ
ମିଥୁନ
ପାରିବାରିକ ସ୍ଥିତିରେ ସୁଧାର ଆସିବ। କଚେରି ମାମଲାରୁ ମନସ୍ତାପ ବଢ଼ିପାରେ। ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ନୂତନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଅଭିଯୋଗ ଆଣିପାରନ୍ତି। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। କଳା, ସାହିତ୍ୟ, ସଂସ୍କୃତିରୁ ପ୍ରଶଂସିତ ହେବେ। ବାଣିଜ୍ୟ, ପରିବହନ, ବ୍ୟବସାୟ ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକର ଆଶଙ୍କା ରହିଛି। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ।
ସି˚ହ
ସି˚ହ
ଭୁଲ୍‍ ବୁଝାମଣାରୁ ପାରିବାରିକ କଳହ ମାନସିକ ଅଶାନ୍ତିର କାରଣ ହେବ। ଅର୍ଥସଙ୍କଟ ଯୋଗୁ ଧାର କରଜ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ପଡ଼ୋଶୀଙ୍କ ଅନୁରୋଧରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରଯାତ୍ରା କରିବାକୁ ପଡ଼ିପାରେ। ସନ୍ତାନଙ୍କ ବୈବାହିକ ସମ୍ପର୍କ ସକାଶେ ଆତ୍ମୀୟମାନଙ୍କ ସହ ଆଲୋଚନା କରିପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ। ଅପରିଚିତ ଲୋକଟିଏ ମିତ୍ରତା ଛଳରେ ପାଖେଇ ଆସିପାରେ। ସରକାରୀ ସୂତ୍ରରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଆଜି ଅର୍ଥନୈତିକ, ପାରିବାରିକ, ସାମଜିକ କ୍ଷେତ୍ର ପ୍ରାୟତଃ ଭଲ ରହିବ। ଦୀର୍ଘଦିନାନ୍ତେ ଆରୋଗ୍ୟଲାଭଜନିତ ଆଶ୍ୱସ୍ତି ଅନୁଭବ କରିବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ବନ୍ଧୁଙ୍କ ଅଭିଯୋଗ ଆଶଙ୍କା ବୃଦ୍ଧି କରିବ। ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି ଓ ବାଣିଜି୍ୟକ ଅଭିବୃଦ୍ଧିରୁ ଖୁସି ହେବେ। ବିଶେଷ ଭ୍ରମଣ ଯୋଗୁ ଅସୁସ୍ଥତା ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବୃଦ୍ଧି ପାଇବ। ଯାନବାହନକୁ ପରଖି ନ ନେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ବନ୍ଧୁଙ୍କ ତରଫରୁ ଅର୍ଥ, ଉପହାରାଦି ପ୍ରାପ୍ତିର ଆଶା ରହିଛି ା ପରିବାରରେ ଭୁଲ୍‍ ବୁଝାମଣାଜନିତ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍‍ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ, ସଭା ସମିତିରେ , ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଭଟ୍ଟା ପଡିଯାଇଥିବା ବନ୍ଧୁସମ୍ପର୍କକୁ ଯୋଡ଼ିବା ପାଇଁ ଚେଷ୍ଟା କରିପାରନ୍ତି। ମୂଲ୍ୟବାନ୍‍ ଜିନିଷ କ୍ରୟ କ୍ଷେତ୍ରରେ ଅର୍ଥସଙ୍କଟ ଦେଖାଦେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ସନ୍ତୋଷଜନକ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବାରେ ଜଣେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଅଶୌଚ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ମକର
ମକର
ସକାଳୁ ଥଣ୍ଡାଜନିତ ସ୍ବାସ୍ଥ୍ୟ ଭଲ ଲାଗି ନ ପାରେ। ଭ୍ରମଣାନ୍ତେ ଫେରନ୍ତା ସମୟରେ ମତାନ୍ତରଜନିତ ତିକ୍ତଅନୁଭୂତି ମନକୁ ବିଷାଦିତ କରିପାରେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାହିତ୍ୟ, ସଂସ୍କୃତିର ଆଦର କରିବା ସହ ବନ୍ଧୁମିଳନରୁ ଖୁସି ହେବେ। କରଜଦାତାଙ୍କ ଚାପରେ ଅତିଷ୍ଠ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ଅର୍ଥ ସଙ୍କଟକୁ ଦୂରେଇଦେବ। ଉଚିତ ବୁଝାମଣା ଯୋଗୁ ପରିବାରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆନନ୍ଦଦାୟକ ରହିବ। ନିଜ ଲୋକଙ୍କ ବେଖାତିର ମନୋଭାବ ମନରେ ଗଭୀର ରେଖାପାତ କରିପାରେ।
ମୀନମୀନ
ନୂଆ ଯୋଜନାଟି ଅୟମାରମ୍ଭରେ ପାରିବାରିକ ପ୍ରତିରୋଧ ଯୋଗୁ ସ୍ଥଗିତ ରହିଯିବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେତୁ ଖୁସି ଅନୁଭବ କରିବେ । ଉପରିସ୍ଥ କର୍ମଚାରୀଙ୍କ ନିର୍ଦ୍ଦେଶରେ ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ। ଆଜି ଆର୍ଥିକ ଦୁଃସ୍ଥିତି, ପରୋକ୍ଷ ଶତ୍ରୁତା, ସମ୍ପର୍କରେ ତିକ୍ତତା ଓ ବନ୍ଧୁମତାନ୍ତରର ସୂଚନା ରହିଛି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri