Posted inRasifala

ରାଶିଫଳ: ରବିବାର, ଫେବ୍ରୁଆରି ୧୬ ତାରିଖ – Daily Horoscope

ମେଷ
କେତୁଙ୍କ ନକ୍ଷତ୍ରରେ ରହି କେତୁ ଯୁକ୍ତ କାରଣରୁ ସାଧାରଣ କଥାରେ ବେଶି ବିବ୍ରତ ହେବା ନିଜ ପାଇଁ କ୍ଷତିର କାରଣ ହୋଇପାରେ। ଶନି ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ।
ବୃଷ
ବୃଷ
ଅଷ୍ଟମସ୍ଥ ତିନୋଟିଗ୍ରହ ଆପଣଙ୍କୁ ଅର୍ଥ ସମ୍ପର୍କୀୟ କିମ୍ବା ମତ ମନ୍ତବ୍ୟ ସକାଶେ ସମସ୍ୟା ସୃଷ୍ଟି କରିବେ। ଶୁକ୍ର ଉଚ୍ଚ ରାଶିରେ ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ର କିମ୍ବା ପାରିବାରିକ ସମସ୍ୟା ସୁଧାରିବାରେ ଅସଫଳତାକୁ ନେଇ ବନ୍ଧୁ କିମ୍ବା ପାଖ ପଡୋଶୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମିଥୁନ
ମିଥୁନ
ଅଭାବ ନ ଥିଲେ ମଧ୍ୟ ଚନ୍ଦ୍ରଙ୍କ ଅଶୁଭ ସମ୍ପର୍କରୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟ ମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ବନ୍ଧୁଙ୍କ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ କିନ୍ତୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। ସଭାସମିତିରେ ପ୍ରଶଂସା,ମନୋରନଞ୍ଜରେ ରୁଚିଯୁକ୍ତ ହୋଇପାରନ୍ତି।
କର୍କଟ
କର୍କଟ
ଆଜିର ଯାତ୍ରା,ବାଣିଜ୍ୟ, ବ୍ୟବସାୟ, ଆଇନ, ଅଦାଲତ, ଲୋକସମ୍ପର୍କ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। କିନ୍ତୁ ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତିମାନେ କଠୋର ପରିଶ୍ରମ ଜନିତ ଦୈହିକ ଦୁର୍ବଳତା ଯୋଗୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ଅବନ୍ନତିର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି। ବ୍ୟବସାୟ, ପ୍ରଶାସନ ଓ ଆଇନ କ୍ଷେତ୍ର ପୂର୍ବବତ୍‌ ରହିବ।
ସି˚ହ
ସି˚ହ
ରାଶି ପ୍ରତି ରବି ଓ ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଯୋଗୁ ଶାରୀରିକ ସୁସ୍ଥତା, ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା, ଅର୍ଥଲାଭ ସହ କାର୍ଯ୍ୟ ସିଦ୍ଧି ଅବଶ୍ୟମ୍ଭାବି। ଗ୍ରହମାନଙ୍କ ଅନୁକୂଳତାରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ। କଚେରି ମାମଲା କିମ୍ବା ଜମିଜମା କ୍ଷେତ୍ରରେ ମାନସିକ ଅବସାଦ କାରଣରୁ ମଘାର କୌଣସି କାମ ଉତ୍ସାହପ୍ରଦ ହୋଇନପାରେ।
କନ୍ୟା
ଆଜିର ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ କିନ୍ତୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଭାଇଙ୍କ ସମସ୍ୟାର ସମାଧାନ ଏବଂ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଯୋଗୁ ଚିନ୍ତା କରିପାରନ୍ତି। ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସାଙ୍ଗକୁ ଅର୍ଥସଂକଟର ସମାଧାନ କରିବାରେ ସଫଳ ହେବେ।
ତୁଳା
ତୁଳା
ଶନିଙ୍କ ପ୍ରଭାବରେ ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ କିନ୍ତୁ କୈାଣସି ଅସୁବିଧା ହେବନାହିଁ। କିନ୍ତୁ ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ ସକାଶେ ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ।
ବିଛା
ବିଛା
ଶତ୍ରୁଗୃହୀ କର୍ମାଧିପ ଯୋଗୁ ଆକସ୍ମିକ ସମସ୍ୟା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହେବ। ଯାତ୍ରା ସମୟରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହୋଇପାରେ। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ଥି ଲାଭ କରିବେ। ସାମୟିକ କ୍ରନିକ୍‌ ରୋଗ ଜନିତ ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ଅବଶ୍ୟ ସଫଳତା ପାଇବାରେ ଅସୁବିଧା ହେବନାହିଁ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଏଣୁ ଅନ୍ୟର କଥାକୁ ସତ ମନେକରି କାମ କଲେ ଅପଦସ୍ତ ହେବାକୁ ପଡିପାରେ। ଆଲୋଚନାରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ବହୁତ ସମ୍ଭାବନା ରହିଛି।
ମକର
ମକର
ଅନୁକୂଳ ଗ୍ରହ ପ୍ରଭାବରୁ ଯେମିତି ଯାହା ଚାହିଁବେ ସବୁଥିରେ ସଫଳତା ହାସଲ କରି ଖୁସୀ ହେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିବ ସାମୟିକ ଭାବରେ ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ। ଗୃହସୀମା, ନିର୍ମାଣ, ଜମିଜମା କାରବାରରେ ସମସ୍ୟାମୁକ୍ତ ରହିବା ସହ ଆର୍ଥିକ ସ୍ଥିତି ପୂର୍ବପରି ରହିବ।
କୁମ୍ଭ
କୁମ୍ଭ
ବିଭିନ୍ନ ପୁରାତନ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଯୋଗଯୋଗ କଲେ ଉପକୃତ ହେବେ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି।
ମୀନମୀନ
ଷଷ୍ଠାଧିପ ଯୁକ୍ତମ ବୁଧଙ୍କ କୁପ୍ରଭାବରେ ସକାଳୁ ସକାଳୁ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କିନ୍ତୁ ପଦସ୍ଥବ୍ୟକ୍ତିଙ୍କ ସହାୟାତରେ କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ନିଶ୍ଚିତ ଉପକୃତ ହେବେ। ବ୍ୟବସାୟରେ ମାନମାନାନ୍ତର ଦେଖା ଦେଇପାରେ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ମଧ୍ୟ ସୁଫଳ ମିଳିବାର ଆଶା ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri