Posted inRasifala

ରାଶିଫଳ: ରବିବାର, ଫେବ୍ରୁଆରି ୧୬ ତାରିଖ – Daily Horoscope

ମେଷ
କେତୁଙ୍କ ନକ୍ଷତ୍ରରେ ରହି କେତୁ ଯୁକ୍ତ କାରଣରୁ ସାଧାରଣ କଥାରେ ବେଶି ବିବ୍ରତ ହେବା ନିଜ ପାଇଁ କ୍ଷତିର କାରଣ ହୋଇପାରେ। ଶନି ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ।
ବୃଷ
ବୃଷ
ଅଷ୍ଟମସ୍ଥ ତିନୋଟିଗ୍ରହ ଆପଣଙ୍କୁ ଅର୍ଥ ସମ୍ପର୍କୀୟ କିମ୍ବା ମତ ମନ୍ତବ୍ୟ ସକାଶେ ସମସ୍ୟା ସୃଷ୍ଟି କରିବେ। ଶୁକ୍ର ଉଚ୍ଚ ରାଶିରେ ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ର କିମ୍ବା ପାରିବାରିକ ସମସ୍ୟା ସୁଧାରିବାରେ ଅସଫଳତାକୁ ନେଇ ବନ୍ଧୁ କିମ୍ବା ପାଖ ପଡୋଶୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମିଥୁନ
ମିଥୁନ
ଅଭାବ ନ ଥିଲେ ମଧ୍ୟ ଚନ୍ଦ୍ରଙ୍କ ଅଶୁଭ ସମ୍ପର୍କରୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟ ମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ବନ୍ଧୁଙ୍କ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ କିନ୍ତୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। ସଭାସମିତିରେ ପ୍ରଶଂସା,ମନୋରନଞ୍ଜରେ ରୁଚିଯୁକ୍ତ ହୋଇପାରନ୍ତି।
କର୍କଟ
କର୍କଟ
ଆଜିର ଯାତ୍ରା,ବାଣିଜ୍ୟ, ବ୍ୟବସାୟ, ଆଇନ, ଅଦାଲତ, ଲୋକସମ୍ପର୍କ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। କିନ୍ତୁ ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତିମାନେ କଠୋର ପରିଶ୍ରମ ଜନିତ ଦୈହିକ ଦୁର୍ବଳତା ଯୋଗୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ଅବନ୍ନତିର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି। ବ୍ୟବସାୟ, ପ୍ରଶାସନ ଓ ଆଇନ କ୍ଷେତ୍ର ପୂର୍ବବତ୍‌ ରହିବ।
ସି˚ହ
ସି˚ହ
ରାଶି ପ୍ରତି ରବି ଓ ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଯୋଗୁ ଶାରୀରିକ ସୁସ୍ଥତା, ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା, ଅର୍ଥଲାଭ ସହ କାର୍ଯ୍ୟ ସିଦ୍ଧି ଅବଶ୍ୟମ୍ଭାବି। ଗ୍ରହମାନଙ୍କ ଅନୁକୂଳତାରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ। କଚେରି ମାମଲା କିମ୍ବା ଜମିଜମା କ୍ଷେତ୍ରରେ ମାନସିକ ଅବସାଦ କାରଣରୁ ମଘାର କୌଣସି କାମ ଉତ୍ସାହପ୍ରଦ ହୋଇନପାରେ।
କନ୍ୟା
ଆଜିର ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ କିନ୍ତୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଭାଇଙ୍କ ସମସ୍ୟାର ସମାଧାନ ଏବଂ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଯୋଗୁ ଚିନ୍ତା କରିପାରନ୍ତି। ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସାଙ୍ଗକୁ ଅର୍ଥସଂକଟର ସମାଧାନ କରିବାରେ ସଫଳ ହେବେ।
ତୁଳା
ତୁଳା
ଶନିଙ୍କ ପ୍ରଭାବରେ ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ କିନ୍ତୁ କୈାଣସି ଅସୁବିଧା ହେବନାହିଁ। କିନ୍ତୁ ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ ସକାଶେ ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ।
ବିଛା
ବିଛା
ଶତ୍ରୁଗୃହୀ କର୍ମାଧିପ ଯୋଗୁ ଆକସ୍ମିକ ସମସ୍ୟା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହେବ। ଯାତ୍ରା ସମୟରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହୋଇପାରେ। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ଥି ଲାଭ କରିବେ। ସାମୟିକ କ୍ରନିକ୍‌ ରୋଗ ଜନିତ ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ଅବଶ୍ୟ ସଫଳତା ପାଇବାରେ ଅସୁବିଧା ହେବନାହିଁ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଏଣୁ ଅନ୍ୟର କଥାକୁ ସତ ମନେକରି କାମ କଲେ ଅପଦସ୍ତ ହେବାକୁ ପଡିପାରେ। ଆଲୋଚନାରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ବହୁତ ସମ୍ଭାବନା ରହିଛି।
ମକର
ମକର
ଅନୁକୂଳ ଗ୍ରହ ପ୍ରଭାବରୁ ଯେମିତି ଯାହା ଚାହିଁବେ ସବୁଥିରେ ସଫଳତା ହାସଲ କରି ଖୁସୀ ହେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିବ ସାମୟିକ ଭାବରେ ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ। ଗୃହସୀମା, ନିର୍ମାଣ, ଜମିଜମା କାରବାରରେ ସମସ୍ୟାମୁକ୍ତ ରହିବା ସହ ଆର୍ଥିକ ସ୍ଥିତି ପୂର୍ବପରି ରହିବ।
କୁମ୍ଭ
କୁମ୍ଭ
ବିଭିନ୍ନ ପୁରାତନ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଯୋଗଯୋଗ କଲେ ଉପକୃତ ହେବେ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି।
ମୀନମୀନ
ଷଷ୍ଠାଧିପ ଯୁକ୍ତମ ବୁଧଙ୍କ କୁପ୍ରଭାବରେ ସକାଳୁ ସକାଳୁ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କିନ୍ତୁ ପଦସ୍ଥବ୍ୟକ୍ତିଙ୍କ ସହାୟାତରେ କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ନିଶ୍ଚିତ ଉପକୃତ ହେବେ। ବ୍ୟବସାୟରେ ମାନମାନାନ୍ତର ଦେଖା ଦେଇପାରେ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ମଧ୍ୟ ସୁଫଳ ମିଳିବାର ଆଶା ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri