Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୨୦ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ, ବିବାଦର ସମାଧାନ, ଅବୁଝା ବନ୍ଧୁଙ୍କୁ ବୁଝାଇ ମନେଇବାରେ ମଧ୍ୟ ସମର୍ଥ ହୋଇପାରିବେ। ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ଆଶା ପୂରଣ ହେବ । ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନରେ ସମୟ କଟାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅବହେଳାଜନିତ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ବିତ କରାଇବାରେ ଚେଷ୍ଟିତ ହେବେ। ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହୋଇପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ। ସ୍ବରାଶିସ୍ଥ ଚନ୍ଦ୍ର ଆତ୍ମୀୟମାନଙ୍କ ସ୍ନେହ, ଶ୍ରଦ୍ଧା ଓ ସଦିଚ୍ଛା ଦାନରେ ସହାୟକ ହୋଇପାରନ୍ତି।
ମିଥୁନ
ମିଥୁନ
ଦୀର୍ଘଦିନରୁ ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। ପରିବାରର ଆବଶ୍ୟକତାକୁ ନେଇ ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ବ୍ୟବସାୟରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
କର୍କଟ
କର୍କଟ
ଆଜିର ଅଫିସ କାମରେ ଭାବପ୍ରବଣତାବଶତଃ କିମ୍ବା ନିଜର କ୍ଷମତାର ଅପବ୍ୟବହାରଜନିତ ବିରକ୍ତିକର କଥା କହି ଅପଦସ୍ଥ ହେବେ। ପରକଥାରେ ପ୍ରଭାବିତହୋଇ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟା କଲେ ଉପକୃତ ହେବେ।
ସି˚ହ
ସି˚ହ
ଆପଣଙ୍କ କଥା ଓ କାମରେ ମେଳ ନ ରହିବା କାରଣରୁ ଆଜି ଆପଣ ଅନ୍ୟମାନଙ୍କ ସକାଶେ ଅବିଶ୍ୱାସର ପାତ୍ର ହୋଇପାରନ୍ତି। ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ହେତୁ ମାନସିକ ଅବସାଦ ବୃଦ୍ଧି ପାଇବ। ଏକାଧିକ ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଆପଣ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ଋଣ ଉଠାଣ, ଲଟେରି କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
ତୁଳା
ତୁଳା
ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ। ବନ୍ଧୁମାନଙ୍କ ସହ ହସ ଖୁସିରେ ସମୟ ଅତିବାହିତ ହେବ। ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହ ନୂତନ ସ୍ଥାନ ପରିଦର୍ଶନଜନିତ ଅହେତୁକ କଳ୍ପନାରେ ମସ୍‌ଗୁଲ ରହିବେ।
ବିଛା
ବିଛା
ପାରିପାର୍ଶ୍ୱିକ ପରିବେଶ ଓ ପରିସ୍ଥିତିକୁ ନେଇ ସାମାନ୍ୟ ଅସ୍ଥିରତା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତିପର୍ବରେ ଲାଗିପାରନ୍ତି। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହୋଇପାରେ। ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ।
ଧନୁ
ଧନୁ
ନିଜ ଲୋକଙ୍କ ଚକ୍ଷୁଶୂଳର କାରଣ ସ୍ବରୂପ ଶ୍ରଦ୍ଧା, ସମ୍ମାନ ଓ ଆଦରର ନୂ୍ୟନତା ଉପଲବ୍ଧି କରିବେ। କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବିଶ୍ୱସନୀୟ ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରିବେ।
ମକର
ମକର
କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ। ବିବଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତା ଭଲ କାମ ଦେବ ଓ ମାମଲା ଫଇସଲା ହୋଇଯାଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଓ ସାହସିକତାର ଭିତ୍ତିଭୂମିରେ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ଘର ସାଜସଜ୍ଜା, ନିର୍ମାଣ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜିରହିପାରନ୍ତି। ଆର୍ଥତ୍କ ଦିଗଟି ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ଯାତ୍ରାରେ କଳହ ଲାଗିପାରେ।
ମୀନମୀନ
ଆପଣଙ୍କ ଲୋକପ୍ରିୟତା ଓ ପ୍ରଶଂସା ଅନ୍ୟମାନଙ୍କର ଗାତ୍ରଦାହର କାରଣ ହୋଇପାରେ। ଜଣେ ବ୍ୟକ୍ତି କର୍ମକ୍ଷେତ୍ରରେ ହଠାତ୍‌ ଅସହଯୋଗ କରି ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି ,ଫଳତଃ କେତେକ କ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା କର୍ମକ୍ଷେତ୍ରରେ ସମାଲୋଚିତ ହେବେ। ତଥାପି ଅଭିଳଷିତ କାମରେ ଉନ୍ନତି ପରିଲକ୍ଷିତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Rasifala View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri