Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୧ ତାରିଖ – Daily Horoscope

ମେଷ
ନୂଆ ବରଷର ପହିଲି ଦିନରେ ଚନ୍ଦ୍ର ଏକାଦଶ ସ୍ଥାନରେ ଅର୍ଥ ଓ ସମ୍ମାନ ପ୍ରଦାନ କରିବେ। ନୂଆ ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରର ଅସଜଡା ପରିସ୍ଥିତି କେତେକାଂଶରେ ଆପଣଙ୍କ ମାନସିକ ସ୍ତରକୁ ଶିଥିଳ କରିପାରେ। ବନ୍ଧୁ ମିଳନ ସଙ୍ଗକୁ ଭ୍ରମଣ ସକାଶେ ମନ ବଳାଇ ପାରନ୍ତି।
ବୃଷ
ବୃଷ
ଭାଗ୍ୟସ୍ଥାନରେ ଶୁକ୍ର ଆପଣଙ୍କ ପରିଜନ ସହ ଯାତ୍ରା,ସୁସ୍ବାଦୁ ଭୋଜନାଦି ପ୍ରଦାନ କରି ଆନନ୍ଦ ଦାନ କରିବ। ଅଫିସରେ ଭଲ୍‌ ସମ୍ପର୍କ ଥିବା ବନ୍ଧୁମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ନିକଟରୁ ଦୂରେଇ ରହିଲା ଭଳି ଅନୁଭବ କରିପାରନ୍ତି। ବ୍ୟବସାୟ, ଅର୍ଥ ସମ୍ପର୍କୀୟ କଥା,ପରିବାରିକ କ୍ଷେତ୍ରରେ ସୁଖ ହେତୁ ଏକ ପ୍ରକାର ଆମତ୍ତୃପ୍ତି ଲାଭ କରିବେ।
ମିଥୁନ
ମିଥୁନ
ଆପଣଙ୍କ ରାଶିକୁ ଏକାଧିକଗ୍ରହ ଅବଲୋକନ କରୁଥିବାରୁ ଆପଣଙ୍କୁ ସାମଗ୍ରୀକ ସୁଖ, ସମ୍ମାନ, ଅର୍ଥ, ଓ ମିଷ୍ଠାନାଦି ପ୍ର୍ରାପ୍ତ କରାଇବେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ମନୋର କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସୀ ରହିବେ। ସମସ୍ୟା ମଧ୍ୟରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ କରିବା ସକାଶେ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ଚନ୍ଦ୍ର ଅଷ୍ଟମରେ ଅବସ୍ଥାନ କରୁଥିବାରୁ ଦେହ ଓ ମନ ଏକ ସରଳରନେଖାରେ ଗତି କରିପାରିବେ ନାହିଁ। ଥଣ୍ଡା ଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି। ସଭାସମିତିରେ ଆଲୋଚନା, ସାଙ୍ଗଠନିକ ପ୍ରକ୍ରିୟା, ପ୍ରଶାସନିକ ତତ୍ପରତା, ଆନୁଷ୍ଠାନିକ କ୍ଷେତ୍ରରେ ଲୋକ ସମ୍ପର୍କ ଅକ୍ଷୁଣ୍ଣ ରହିବ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ସାମଗ୍ରୀକ ଦୃଷ୍ଟିକୋଣରୁ ଭଲ ରହିଥିବାରୁ ଯେମିତି ଯାହା ମନ କରିବେ କୈାଣସି କଥା ଅପୂର୍ଣ୍ଣ ରହିବ ନାହିଁ। କର୍ମକ୍ଷେତ୍ରରେ ଉନ୍ନତ ଚିନ୍ତା ଓ ସୁପରିକଳ୍ପିତ ଯୋଜନାକୁ ବାସ୍ତବମୁଖୀ କରାଇବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ ଭାବିଚିନ୍ତି କାମ କରିବା ସହ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିପାରନ୍ତି।
କନ୍ୟା
ଆଜି କେନ୍ଦ୍ରସ୍ଥାନରେ ଗ୍ରହମାନେ ଆପଣଙ୍କୁ ବନ୍ଧୁଙ୍କ ବଦାନ୍ୟତା,ସହକର୍ମୀଙ୍କ ସହଯୋଗ ମନୋବୃତି ଓ ପାରିବାରିକ ସହାନୁଭୁତି ମାଧ୍ୟମରେ ହର୍ଷୋତ୍‌ଫୁଲ୍ଲ କରାଇବେ। ଅବଶ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିବ କିନ୍ତୁ ବନ୍ଧୁ ମେଳରେ ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅଶାନୁଯାୟୀ
ତୁଳା
ତୁଳା
ନବମଭାବକୁ ଗ୍ରହଙ୍କ ଦୃଷ୍ଟିର ସୁପ୍ରଭାବରୁ ପଦସ୍ଥ ବ୍ୟଚ୍ଛିଙ୍କ ପରାମର୍ଶରେ ନୂଆ ନୂଆ ଯୋଜନାର ଖସଡା ପ୍ରସ୍ତୁତ କରିପାରନ୍ତି। ପରିବାରରେ ମଙ୍ଗଳଙ୍କ କୁପ୍ରଭାବରେ କଠୋର ବାକ୍ୟାଳାପ ସଙ୍ଗକୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ପରିସ୍ଥିତିକୁ ସଙ୍ଗୀନ୍‌ କରିପାରେ। ଆନୁଷ୍ଠାନିକ କାମରେ କିମ୍ବା କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବିଛା
ବିଛା
ସ୍ବଗୃହୀ ରାଶ୍ୟାଧିପଙ୍କ ସୁପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ। ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ନିବିଡ ହେବ ଯାହାକି ଆପଣଙ୍କ କାମକୁ ସାହାଯ୍ୟ କରିପାରେ। କୌଣସି ନୂତନ କର୍ମାରମ୍ଭରୁ ଦିନଟିରେ କାର୍ଯ୍ୟବ୍ୟସ୍ତତା ବଢିଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରତ୍ୟୁଷ ଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ।
ଧନୁ
ଧନୁ
ରାଶିରେ ଗ୍ରହଣର କୁପ୍ରଭାବ ଜନିତ ସ୍ବାସ୍ଥ୍ୟ ସାମାନ୍ୟ ଗଡ୍‌ବଡ୍‌ ହେବା ସଙ୍ଗକୁ ମାନସିକ ଅସ୍ଥିରତା ଦେଖାଦେବା ତଥାପି କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ସମ୍ପର୍କୀୟମାନଙ୍କ ସଦ୍‌ଭାବ ଊଣା ହେବନାହିଁ। ଉତମ ବୁଝାମଣାରେ ଉନ୍ନତି ଘଟିବା ସଙ୍ଗକୁ ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାକୁ ନେଇ ବନ୍ଧୁ ପ୍ରଶଂସା କରିପାରନ୍ତି।
ମକର
ମକର
ନୂଆ ବରଷରୁ ରାଶିରେ ବିଳାସକାରକ ଶୁକ୍ର ରାଶିରେ ଅବସ୍ଥାନ କରି ସାମଗ୍ରୀକ ସୁଖ, ସମ୍ମାନ ସହ ଦୀର୍ଘଦିନର ଅଭିଳାଷ ପୂରଣ କରିବେ। ଆର୍ଥିକ ପରିସ୍ଥିତିକୁ ସୁଧାରି ନେବା ସକାଶେ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିବେ। ସ୍ଥାନପରିବର୍ତନର ଦୁଃଶ୍ଚିନ୍ତା ସଙ୍ଗକୁ ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
କୁମ୍ଭ
ବ୍ୟୟଭାବରେ ଶୁକ୍ର ଆପଣଙ୍କୁ ବିଳାସବ୍ୟସନ ମଧ୍ୟରେ ବୁଡାଇ ରଖିବା ସହ ମାନସିକ ଚିନ୍ତାଧାରାରକୁ ବିକ୍ଷିପ୍ତ କରିପାରେ। ଷଷ୍ଠାଧିପ ରାଶିରେ ରହିଥିବାରୁ ଅର୍ଥାଭାବ, ଋଣଭାର ବୃଦ୍ଧି, ପରୋକ୍ଷ ଶତ୍ରୁତା ଓ କାର୍ଯ୍ୟହାନୀ ଜନିତ ବ୍ୟସ୍ତତା ବଢିଯାଇପାରେ। ଅବଶ୍ୟ ସଙ୍ଗୀତ ସମାରୋହ ,ବନ୍ଧୁମିଳନ ଭିତରେ ଭୋଜିଭାତର ସୁଯୋଗ ପାଇପାରନ୍ତି।
ମୀନମୀନ
ଦଶମ କେନ୍ଦ୍ରସ୍ଥଗ୍ରହମାନଙ୍କ ପ୍ରଭାବରେ କର୍ମଜାଳର ପରିସର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ଚେଷ୍ଟା କରୁଥିବା କାମରେ ଅଗ୍ରଗତି ସଙ୍ଗକୁ ପାରିବାରିକ ସମର୍ଥନରୁ ସାମୟିକ ଆମତ୍ତୃପ୍ତି ପାଇବେ। ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟର ପ୍ରତିଶ୍ରୁତି ହାସଲ କରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆଶାୟୀ ହୋଇ ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri