Posted inRasifala

ରାଶିଫଳ: ଗୁରୁବାର, ଜାନୁଆରି ୧୬ ତାରିଖ – Daily Horoscope

ମେଷ
ଷଷ୍ଠସ୍ଥ ଶୁଭଚନ୍ଦ୍ର ପ୍ରଭାବରେ ଖର୍ଚ୍ଚାନ୍ତ ହେବେ ସିନା ଅଟକି ରହିଥିବା କାମଗୁଡିକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗି ରହିବ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ। ଫେରିବା ବାଟରେ ବନ୍ଧୁ ଠାରୁ ଅର୍ଥ ସାହାଯ୍ୟ ପାଇପାରନ୍ତି।
ବୃଷ
ବୃଷ
ଆଜିର ଭାଗ୍ୟଭାବସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ଏବଂ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ଥଣ୍ଡାଗ୍ରହ ଶନିକ୍ଷେତ୍ରସ୍ଥ ରାଶ୍ୟାଧିପ କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେବାର ସୂଚନା ରହିଛି।
ମିଥୁନ
ମିଥୁନ
କର୍ମାଧିପ କେନ୍ଦ୍ରସ୍ଥ କିନ୍ତୁ ପାପଗ୍ରହ ଯୁକ୍ତ କାରଣରୁ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ଝମେଲା ଅଧିକ ବଢି ଯାଇପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ଓ ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ଦିଗୁଣା ହେବାର ଆଶଙ୍କା ରହିଛି । ଆଲୋଚନା ପରିସରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
କର୍କଟ
କର୍କଟ
ଦୁଃସ୍ଥାନସ୍ଥ ଗ୍ରହମାନେ ପାରିବାରିକ ବ୍ୟୟବୃଦ୍ଧି ଓ ଛୋଟକଥାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଆଜି ପୁରୁଣା ରାଗକୁ ଶୁଝାଇବା ସକାଶେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିବାର ସୂଚନା ରହିଛି । ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କରି କାମ କରିବା ଭଲ ହେବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ସି˚ହ
ସି˚ହ
ଧନାଧିପ ଷଷ୍ଠସ୍ଥ ଯୋଗୁ ଅଭାବ ଓ ଧାର କରଜ ହେତୁ ମନ ବେଶି ବିବ୍ରତ ହେବ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ଶାନ୍ତ ହେବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିମ୍ବା ସନ୍ତାନଙ୍କ ବିଶୃଙ୍ଖଳିତ କାମଲାଗି ଅପମାନିତ ହୋଇପାରନ୍ତି।
କନ୍ୟା
ଲାଭାଧିପ ରାଶିରେ ଥିବାରୁ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଖୁସି ହେବେ। ସାମାଜିକ ସ୍ତରରେ କୌଣସି ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିପାରେ । ଉପରିସ୍ଥଙ୍କ ଆଲୋଚନା ବିଷୟରେ ତାହାଠାରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବହୁତ ଦିନ ହେଲା ଇଚ୍ଛା କରୁଥିବା ଓ ପାଇ ପାରି ନ ଥିବା ଜିନିଷଟି ପାଇ ଖୁସି ହୋଇପାରନ୍ତି।
ତୁଳା
ତୁଳା
ଦ୍ୱାଦଶସ୍ଥ ଚନ୍ଦ୍ର ପ୍ରଭାବରେ କର୍ମକ୍ଷେତ୍ରରେ ଦୂରଯାତ୍ରା କିମ୍ବା ବିଶେଷ ଭ୍ରମଣଜନିତ କ୍ଳାନ୍ତି ସୃଷ୍ଟି କରିବ। ଅବହେଳା ଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ରାଜନୈତିକ ଆଲୋଚନା କ୍ଷେତ୍ରରେ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବାର ସୂଚନା ରହିଛି ।
ବିଛା
ବିଛା
ଗ୍ରହସ୍ଥିତି ଅନୁକୂଳ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଓ ଉଚ୍ଚସମ୍ପର୍କରୁ ଖୁସି ରହିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ସାଙ୍ଗଠନିକ କାର୍ଯ୍ୟ, ସଭାସମିତି, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ପରିସ୍ଥିତିରେ ପଡ଼ି ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖପ୍ରକାଶ କରିପାରନ୍ତି।
ଧନୁ
ଧନୁ
ଚତୁର୍ଥାଧିପ ପାପପ୍ରଭାବସ୍ଥ ଯୋଗୁ ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ବିଷୟରେ ଅଯଥା ଚିନ୍ତା କରି ଅଶାନ୍ତି ଅନୁଭବ କରି ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି ଘଟିବା ସହ ପାରିବାରିିକ ସମସ୍ୟାର ସରଳ ସମାଧାନ ହୋଇପାରିବ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ମକର
ମକର
ଷଷ୍ଠାଷ୍ଟମାଧିପତି ଦ୍ୱୟ ରାଶିରେ ରହି ବିବାଦୀୟ ଚିନ୍ତା କିମ୍ବା ପରିସ୍ଥିତି ସୃଷ୍ଟି କରିପାରନ୍ତି। ଉତ୍ତରାଷାଢା ନକ୍ଷତ୍ରର ଶିଳ୍ପ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘର ସୀମାକୁ ନେଇ ଟଣାଓଟରା ଦେଖା ଦେଇପାରେ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନିଶ୍ଚିତ ପାଇବେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥି କିନ୍ତୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ମାନସିକ ଭାରସାମ୍ୟ ରଖିବ। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପାରିବାରିକ ଜୀବନରେ ନିଜ ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ପାଇ ଖୁସି ହେବେ।
ମୀନମୀନ
ଅତୀତ କଥାକୁ ନେଇ ମନ ଭାରାକ୍ରାନ୍ତ ରହିବା ସହ ପାରିବାରିକ ପ୍ରତିରୋଧ ହେତୁ କାମ ଅଟକି ଯାଇପାରେ। ମୁଖଭାବରୁ ମଙ୍ଗଳ ଅଷ୍ଟମସ୍ଥ ହେତୁ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ରେବତୀ ନକ୍ଷତ୍ରର ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri