ରାଶନକାର୍ଡ ଦିଆ ନ ଗଲେ ଅନଶନ

ଭଦ୍ରକ ଅଫିସ, ୧୪ା୧୦-ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହତାଧିକାରୀ ବଞ୍ଚିତ ହେବା ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି ଭଦ୍ରକ ପୌରାଞ୍ଚଳ ଅଧୀନ କୁଆଁସ ଗ୍ରାମର ଅଭି ଜେନା(୫୦) ନାମକ ଜଣେ ଦିନ ମଜୁରିଆ ରାଶନ କାର୍ଡରୁ ବଞ୍ଚତ୍ତ ହୋଇ ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନ ଥିବା କହିଛନ୍ତି। ଏଥିଲାଗି ସେ ୪ ଥର ଆବେଦନ କରି ସାରିଲେଣି। ଅନେକେ ଥିଲାବାଲା ଲୋକ ରାଶନକାର୍ଡ ପାଇଥିବା ବେଳେ ସେ ଏଥିରୁ ବଞ୍ଚତ୍ତ ହେବା କ୍ଷୋଭର ବିଷୟ ବୋଲି କହିିଛନ୍ତି। ତାଙ୍କ ଆବେଦନକୁ ଶୀଘ୍ର ବିଚାର କରା ନ ଗଲେ ସେ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ପୌରାଞ୍ଚଳ ଅଧୀନ ୧୫ ନମ୍ବର ୱାର୍ଡ କୁଆଁସ ଗ୍ରାମର ନିଗମାନନ୍ଦ ଆଶ୍ରମ ନିକଟରେ ଅଭି ଜେନା ପରିବାର ସହ ବସବାସ କରୁଛନ୍ତି । ଚାରିଖୁଣ୍ଟ ପୋତା ଯାଇଥିବା ଏକ ପାଲଟଣା ଘରେ ପନତ୍ୀ ତୁଳସୀ ଓ ସାନ ପୁଅ ରାଜେନ୍ଦ୍ର ସହ ଅଭି ରହୁଛନ୍ତି। ଦିନ ମଜୁରିଆ ଭାବେ କାମ କରି ସେ ପରିବାର ଚଳାଉଛନ୍ତି। ଯେଉଁ ସମୟରେ କିଛି କାମ ମିଳେ ନାହିଁ ତାଙ୍କୁ ଅର୍ଦ୍ଧାହାର ଓ ଅନାହାରରେ ରହିବାକୁ ପଡିଥାଏ । ତାଙ୍କ ପାଲଟଣା ଘର ପ୍ରଶାସନିକ ଅବହେଳାର ଏକ ନମୁନା ବୋଲି ସେ କହିଛନ୍ତି।