Categories: ଜାତୀୟ

ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ ଶେଷ: ନୃତ୍ୟଗୋପାଳ ହେଲେ ଟ୍ରଷ୍ଟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୨: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ ଟ୍ରଷ୍ଟର ପ୍ରଥମ ଔପଚାରିକ ବୈଠକ ଶେଷ ହୋଇଛି। ବୁଧବାର ଏହି ବୈଠକ ଦିଲ୍ଲୀରେ ଥିବା କେ. ପରାଶରନଙ୍କ ଘରେ ଆୟୋଜିତ ହୋଇଥିଲା। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଭିଏଚ୍‌ପିର ଚମ୍ପନ୍ତ ରାୟଙ୍କୁ ମହାମନ୍ତ୍ରୀ ଓ ଗୋବିନ୍ଦ ଦେବ ଗିରିଙ୍କୁ କୋଷାଧ୍ୟକ୍ଷ କରାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ୯ଟି ପ୍ରସ୍ତାବକୁ ପାସ୍‌ କରାଯାଇଥିବା ବେଳେ ଏହାର ଆଗାମୀ ବୈଠକ ୧୫ଦିନ ମଧ୍ୟରେ ଅଯୋଧ୍ୟାରେ ଆୟୋଜିତ ହେବ ବୋଲି ସୂଚନା ରହିଛି।

Share