ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ ଉପରେ ଆଧାରିତ ହେବ ବୋଲି ଜଣାପଡିଛି। ଏହି ଫିଲ୍ମଟି ୩ଡିରେ ଶୁଟିଂ କରାଯିବ। ଫିଲ୍ମରେ ଭଗବାନ ରାମଙ୍କ ଭୂମିକାରେ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ସୀତାଙ୍କ ଭୂମିକାରେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଅଭିନୟ କରିବେ ବୋଲି ଜଣାପଡିଛି। ଫିଲ୍ମର ଟାଇଟେଲ୍‌ ଏପର୍ଯ୍ୟନ୍ତ ଦିଆଯାଇନାହିଁ। ତେବେ ଫିଲ୍ମ ୫୦୦କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ କରାଯିବ ବୋଲି କୁହାଯାଉଛି।

Share