Categories: ଜାତୀୟ

ରାମବିଳାସ ପାସଓ୍ବାନ ନିଖୋଜ ପୋଷ୍ଟର ଲଗାଇଲେ ଗ୍ରାମବାସୀ: ଖୋଜି ଆଣିଲେ ପୁରସ୍କାର ୧୫ ହଜାର

ବୈଶାଳୀ,୨୩।୬: ବିହାରର ବୈଶାଳୀ ଅନ୍ତର୍ଗତ ହରିବଂଶପୁର ଗ୍ରାମର ବାସିନ୍ଦା ଏମ୍‌ପି ରାମବିଳାସ ପାସଓ୍ବାନ ନିଖୋଜ ଲେଖା ଥିବା ପୋଷ୍ଟର ଲଗାଇଛନ୍ତି। ଗ୍ରାମରେ ନାନା ପ୍ରକାର ସମସ୍ୟା ରହିଥିଲେ ମଧ୍ୟ ପାସଓ୍ବାନ ଥରେ ମାତ୍ର ଗାଁରେ ପାଦ ଦେବାକୁ ଆସୁ ନାହାଁନ୍ତି। ଇତିମଧ୍ୟରେ ଗାଁରେ ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ନିର୍ବାଚନ ଜିତିବା ପରେ ତାଙ୍କ ପାଖରେ ସମୟର ଘୋର୍‌ ଅଭାବ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାସଓ୍ବାନଙ୍କୁ ଖୋଜି ଆଣିଲେ ୧୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଲେଖାଯାଇଛି। ସେହିପରି ସ୍ଥାନୀୟ ବିଧାୟକଙ୍କୁ ଖୋଜି ଆଣିଲେ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଲେଖି ଗ୍ରାମବାସୀ ଅଭିନବ ପ୍ରତିବାଦ ଆରମ୍ଭ କରିଛନ୍ତି।

Share