Posted inଫୁରସତ

ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା କୁମ୍ଭୀର

ମହାରାଷ୍ଟ୍ରର ୩୮ବର୍ଷୀୟ ରାମଚନ୍ଦ୍ର ଚରତ୍‌କାର। ଯିଏ କି ନିଜର ଏକ ଖାସ୍‌ ବ୍ୟକ୍ତିତ୍ୱ ପାଇଁ ସାରା ରାଜ୍ୟରେ ନିଆରା ପରିଚୟ ହାସଲ କରିଛନ୍ତି। ଗାଁରେ ବୋହିଯାଉଥିବା ନଦୀରେ ରୁହନ୍ତି ଅନେକ ସଂଖ୍ୟକ କୁମ୍ଭୀର। ଯେବେବେଳେ ନଦୀ ଅଶାନ୍ତ ହୁଏ, ସେତେବେଳେ କୁମ୍ଭୀର ସବୁ କୂଳକୁ ଚାଲିଆସନ୍ତି। ହୁଏତ କୁମ୍ଭୀରଙ୍କ ଏହି ଆଗମନ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବ ବୋଲି ଭାବୁଥିବେ; କିନ୍ତୁ ସେମିତି କିଛି ବି ହୋଇ ନ ଥାଏ। କାରଣ ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା ହୋଇଛନ୍ତି ଏହି କୁମ୍ଭୀର ସବୁ। କୁମ୍ଭୀରଙ୍କ ସହ ସେ ଏଭଳି ଭାବଦୋସ୍ତି କରିଛନ୍ତି, ଗୋଟିଏ ହ୍ବିସିଲ୍‌ରେ ଦଳ ଦଳ ହୋଇ ତାଙ୍କ ପାଖକୁ ଦୌଡ଼ିଆସନ୍ତି। ପ୍ରାୟ ୧୦ ବର୍ଷ ତଳୁ ଆରମ୍ଭ ହୋଇଛି ଏହି ନିଆରା ବନ୍ଧୁତା। ଏତେ ବର୍ଷ ଧରି ରାମଚନ୍ଦ୍ର କୁମ୍ଭୀରଙ୍କୁ ସପ୍ତାହକୁ ଦୁଇଥର ଭୋଜନ କରାଉଛନ୍ତି। ତେବେ ଏହି ବନ୍ଧୁତା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ରାମଚନ୍ଦ୍ରଙ୍କୁ ନଦୀ କୂଳରେ ଦୁଇଟି କୁମ୍ଭୀର ଛୁଆ ମିଳିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। କିନ୍ତୁ ରାମଚନ୍ଦ୍ର ସେମାନଙ୍କ ସେବା ଶୁଶ୍ରୁଷା କରି ଖୁଆଇ ପିଆଇ ସୁସ୍ଥ କରିଥିଲେ। ଏହାପରେ ସେମାନଙ୍କୁ ନଦୀରେ ଛାଡ଼ି ଦେଇଥିଲେ। ସେବେଠୁ କୁମ୍ଭୀରମାନେ ରାମଚନ୍ଦ୍ରଙ୍କ ସହ ଏତେ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି ଯେ, ପରିବାର ସଦସ୍ୟ ଭଳି ତାଙ୍କ ପାଖକୁ ଚାଲିଆସନ୍ତି। ଏମାନଙ୍କ ଭଲପାଇବା ଆଜି ହିଂସ୍ରତାର ଶବ୍ଦକୁ ଯେମିତି ବହୁ ପଛରେ ପକାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri