Categories: ଜାତୀୟ

‘ରାମକଥା’ ଉତ୍ସବ ଚାଲିଥିବାବେଳେ ଭୁଶୁଡିଲା ମଞ୍ଚ: ୧୪ ମୃତ

ଜୟପୁର, ୨୩।୬: ରାଜସ୍ଥାନର ବାରମେରରେ ‘ରାମକଥା’ ଉତ୍ସବ ଚାଲିଥିଲାବେଳେ ମଞ୍ଚ ଭୁଶୁଡି ପଡିଛି। ଫଳରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୫ଜଣ ଆହତ ହୋଇଛନ୍ତି। ହଠାତ୍‌ ବର୍ଷା ପବନ ଆସିବାରୁ ପେଣ୍ଡାଲ ଭୁଶୁଡି ପଡିଥିଲା ବୋଲି ଜଣାପଡିଛି। ମଞ୍ଚ ଉପରେ ‘ରାମକଥା’ ଚାଲିଥିଲାବେଳେ ଏହାକୁ ଶୁଶିବା ପାଇଁ ସ୍ଥାନୀୟ ଲୋକେ ଏକତ୍ର ହୋଇଥିଲେ। ହଠାତ୍‌ ବର୍ଷା ପବନ ଆସିବାରୁ ଲୋକେ ଦୌଡି ପଳାଇଯିବାକୁ ଚେଷ୍ଟା କରିଥିଲେ। ମଞ୍ଚ ଭୁଶୁଡି ପଡିବାରୁ ଇଲେକ୍ଟ୍ରି ତାର ମଧ୍ୟ ଛିଣ୍ଡି ଯାଇଥିଲା। ବିଦ୍ୟୁତ ଆଘାତ ଯୋଗୁ କିଛି ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share