ରାବଣ ବଧ ସହ ଶେଷ ହେଲା ରାମାୟଣ: ରବିବାରଠାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’

ନୂଆଦିଲ୍ଲୀ,୧୮।୪: ଦେଶରେ ଳକ୍‌ଡାଉନ୍‌ ଯୋଗୁ ଦୂରଦର୍ଶନରେ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଅନେକ ପପୁଲାର ଶୋ’ ପ୍ରସାରିତ ହେଉଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଶନିବାର ଟେଲିକାଷ୍ଟ ହୋଇଥିବା ଏପିସୋଡ୍‌ରେ ଶ୍ରୀରାମ ରାବଣଙ୍କୁ ବଧ କରି ସୀତାଙ୍କ ଅଗ୍ନିପରୀକ୍ଷା କରାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଦର୍ଶକ ଭାବୁଥିବେ ରାବଣ ବଧ ସହ ରାମାୟଣ ମଧ୍ୟ ଶେଷ ହୋଇଗଲା। ହେଲେ ଏଠାରେ କହି ରଖୁଛୁ ଯେ ରାମାୟଣ ଶେଷ ହୋଇନାହିଁ। ଅର୍ଥାତ୍‌ ରାମାୟଣ ଶୋ’ର ଲୋକପ୍ରିୟତାକୁ ଦେଖି ଏବେ ପୁଣି ଦୂରଦର୍ଶନ ଲବ ଓ କୁଶଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଶୋ’କୁ ପୁନଃ ପ୍ରସାରଣ କରିବ ବୋଲି ନିଷ୍ପତ୍ତି ନେଇଛି। ଏପ୍ରିଲ ୧୯ ରବିବାର ରାତି ୯ଟାରୁ ପୌରାଣିକ ଧାରାବାହିକ ‘ଉତ୍ତର ରାମାୟଣ’କୁ ପୁଣି ଥରେ ଦେଖିପାରିବେ ଦର୍ଶକ। ଏନେଇ ଶନିବାର ପ୍ରସାର ଭାରତୀର ସିଇଓ ଶଶି ଶେଖର ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଲବ-କୁଶଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ‘ଉତ୍ତର ରାମାୟଣ’ ୧୯୮୮ରେ ପ୍ରସାରିତ ହୋଇଥିଲା। ଏହାକୁ ମଧ୍ୟ ରାମାନନ୍ଦ ସାଗର ନିର୍ମାଣ କରିଥିଲେ।

Share