ରାଫାଲ ପୂଜା: ରାଜନାଥଙ୍କ ସମର୍ଥନରେ ବାହାରିଲା ପାକିସ୍ତାନ ସେନା

ଇସଲାମାବାଦ,୧୧।୧୦: ଭାରତକୁ ସର୍ବଦା ସମାଲୋଚନା କରୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସମର୍ଥନରେ ଏକ ମନ୍ତବ୍ୟ ଦେଇଛି। ଫ୍ରାନ୍ସରେ ରାଫାଲ ବିମାନକୁ ଗ୍ରହଣ କରିବା ଅବସରରେ ସେଠାରେ ରାଜନାଥ ଭାରତୀୟ ପରମ୍ପରା ଅନୁଯାୟୀ ‘ଶସ୍ତ୍ର ପୂଜା’ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ତାଙ୍କୁ ସମାଲୋଚନା କରିଥିଲା। କିନ୍ତୁ ପାକିସ୍ତାନ ସେନା ଏ ଥିରେ ରାଜନାଥଙ୍କ ସପକ୍ଷରେ ବାହାରିଛି। ପାକିସ୍ତାନ ସେନା ପ୍ରବକ୍ତା ଆସିଫ୍‌ ଗଫୁର କହିଛନ୍ତି, ରାଫାଲ ପୂଜା କରିବାରେ କୌଣସି ଭୁଲ ନାହିଁ। ଏହା ଧର୍ମର ପରିଚୟ। ଧର୍ମଶାସ୍ତ୍ରରେ ବର୍ଣ୍ଣିତ ପୂଜାବିଧିକୁ ସମ୍ମାନ କରିବା ଉଚିତ୍‌ ବୋଲି ସେ କହିଛନ୍ତି।

Share