ରାନୁ ଟ୍ରୋଲ୍‌ ହେବା ପରେ ହିମେଶ କହିଲେ ଯାହାର ସ୍ଥାନ ଯେଉଁଠି

ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ ଷ୍ଟେଶନରେ ବସି ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାନୁ ମଣ୍ଡଳ ରାତାରାତି ସୁପରଷ୍ଟାର ପାଲଟି ଯାଇଥିଲେ। ସେତେବେଳେ ରାନୁଙ୍କ ଏକ ଭିଡିଓ ସୋସିିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହା ପରେ ବଲିଉଡ୍‌ର ଗୀତିକାର, ଗାୟକ ତଥା ଅଭିନେତା ହିମେଶ ରେଶମିୟା ରାନୁଙ୍କୁ ତାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହିର୍‌’ରେ ଗୀତ ଗାଇବା ପାଇଁ ସୁଯୋଗ ଦେଲେ। ଏହା ପରଠାରୁ ରାନୁଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଲା। କେବେ ମେକ୍‌ଅପ୍‌କୁ ନେଇ ତ କେବେ ମିଡିଆରେ ଅଜବ ଉତ୍ତର ଦେଇ ରାନୁ ଟ୍ରୋଲ୍‌ ହେବାରେ ଲାଗିଲେ। ଏଥିପାଇଁ ଲୋକେ ହିମେଶଙ୍କୁ ମଧ୍ୟ ଟ୍ରୋଲ୍‌ କରିବାକୁ ପଛାଇ ନ ଥିଲେ। ଏହି ଟ୍ରୋଲ୍‌କୁ ନେଇ ହିମେଶ ଏକ ସାକ୍ଷାତକାରରେ କହିଛନ୍ତି, ଯେତେବେଳେ ମୁଁ ରାନୁଙ୍କୁ ଅଫର ଦେଲି ସେତେବେଳେ ମୋତେ ଲତାଜୀଙ୍କ ସ୍ବର ମିଳିଥିଲା। ଯାହା ଦ୍ୱାରା ‘ତେରି ମେରୀ କହାନୀ’ ବହୁତ ହିଟ୍‌ ହୋଇଥିଲା। ହିମେଶ କୁହନ୍ତି, ତାଙ୍କର ପଛ କଥା ମୁଁ ଜାଣିବାକୁ ଚାହୁଁନି କିମ୍ବା ଏ ସମ୍ପର୍କରେ କିଛି କହିବା ପାଇଁ ଠିକ୍‌ ମନେ କରୁନି। କିନ୍ତୁ ମୋତେ ଲାଗେ ଯିଏ ଯେଉଁଠି ତା’ର ପରିଚୟ ସେହିଠାରେ ରହିବା ଠିକ୍‌। ରାନୁ ତାଙ୍କ ନିଜର ବ୍ୟବହାର କଥାବାର୍ତ୍ତା ଯୋଗୁ ଟ୍ରୋଲ୍‌ ହେଉଛନ୍ତି।

Share