ରାତ୍ରିଭୋଜନ ଖାଇ ଆଶ୍ରମ ସ୍କୁଲ ଛାତ୍ରୀ ଅସୁସ୍ଥ

ନବରଙ୍ଗପୁର,୨୦।୧୧(ବି.ପ୍ର.): ନବରଙ୍ଗପୁର ଜିଲା ବେତାଳ ଆଶ୍ରମ ସ୍କୁଲ ଛ୍ରାତ୍ରୀନିବାସରେ ରାତ୍ରିଭୋଜନ କରି ୫ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅସୁସ୍ଥ ଥିବାବେଳେ ଚିକିତ୍ସା ପରେ ୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ରାତ୍ରିଭୋଜନ ପରେ ଛାତ୍ରୀମାନେ ବାନ୍ତି କରିଥିଲେ।