ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ:ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା,୨୪।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଗାଧୁପୁରଠାରେ ଅଗାଧୁପୁର ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚଟି କଳାହାଣ୍ଡି ଜିଲାର ବେଲଖଣ୍ଡି ଓ ବଲାଙ୍ଗୀର ଜିଲାର ମଳମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନମୁଣ୍ଡା ଦଳକୁ ପରାସ୍ତ କରି ବେଲଖଣ୍ଡି ଦଳ ଚାମ୍ପିୟନ ହୋଇଥିଲା। ବିଜୟୀ ଓ ଉପବିଜୟୀ ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ବିଜେଡି ବ୍ଲକ ସଭାପତି ଯଶୋବନ୍ତ ସାହୁ, ବିଜେଡି ଛାତ୍ର ଜିଲା ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ଭାଜପା ମଣ୍ଡଳ ସଭାପତି ଡୋଲାମଣୀ ଭୋଇ , ଏସସି ମୋର୍ଚ୍ଚା ଭାଜପା ଜିଲା ସଭାପତି ଗଣେଶ କୁମାର,ପୂର୍ବତନ ବିଜେଡି ବ୍ଲକ ସଭାପତି ଯୁଗଳ କିଶୋର ନାଏକ, ୱାର୍ଡମେମ୍ବର ସଂକୀର୍ତ୍ତନ ମାଝୀ, ପୂର୍ବତନ ୱାର୍ଡମେମ୍ବର ଶାନ୍ତନୁ କୁମାର, ସାମ୍ବାଦିକ ପ୍ରଦୀପ କୁମାର ସାହୁ,ଅବେଳ ବାଗ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଣ୍ଟ ଆୟୋଜନ କମିଟିର ରିଙ୍କୁ ବେହେରା,ଗୁଡୁ ନାଏକ, ବବୂବାହନ ଭୋଇ,ସୁଖୀ ମାଝୀ, ଉମାକାନ୍ତ ବାଗ, ଆନନ୍ଦ ମାଝି, ସାନନ୍ଦ ମାଝୀ, ସୁମନ୍ତ ଭୋଇ,ଜିତୁ ସାହୁ,ରାହୁଳ କୁମାର, କ୍ଷୀର ମଣୀ କୁମାର ଙ୍କ ସମେତ ସମସ୍ତ ଗ୍ରାମବାସୀ ଆୟୋଜନ କରିଥିଲେ। ତେବେ ଚଳିତ ମାସ ୧୬ ତାରିଖରେ ମ୍ୟାଚଟି ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ ଜିଲାରୁ ୩୨ ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ରାତ୍ରିରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଗୁଡିକରେ ଏମ୍ପାୟାର କୁନ୍ତ ସୁନା, ଭୁପିନ୍ଦର ରଣା, ଜୟରାଜ କୁମାର, ବିକାଶ ନନ୍ଦ,ଶେଷ ଦେବ ସାହୁ,ମଧୁ ରଣା, ଅମିତ ନାଏକ,ଲୁନା କୁମାର ପ୍ରମୁଖ ଦାୟିତ୍ୱରେ ଥିଲେ ଓ ନଟ ରାଜ କୁମାର,ମିଥୁନ ରଣା ,ଅମନ ଦୀପ ଧାରାବିବରଣୀ ପ୍ରଦାନ କରିଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

‘ଏବେ ପଶ୍ଚିମବଙ୍ଗ ପୁନଃନିର୍ମାଣ ହେବ’ – ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କୋଲକାତା,୯।୫: ଶନିବାର ପଶ୍ଚିମବଙ୍ଗର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ, ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ସେ ଜୋରାସାଙ୍କୋ ଠାକୁର ବାଡ଼ିରେ ଶ୍ରଦ୍ଧାଞ୍ଜଳି…

‘ମୁଁ କଣ କରିବି’, ରୋହିତଙ୍କ ସହ ସେଲଫି ନେବା ବେଳେ ସ୍ବିଚଅଫ ହେଲା ଫୋନ, ତା’ପରେ…

ନୂଆଦିଲ୍ଲୀ,୯।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ସମୟର ସବୁଠାରୁ ଲୋକପ୍ରିୟ କ୍ରିକେଟର । ରୋହିତ ଯେଉଁଠାକୁ ଯାଆନ୍ତି, ତାଙ୍କ ସହିତ ସେଲଫି…

ସୌମ୍ୟଙ୍କ ହତ୍ୟା ମାମଲା: ବଡ଼ କଥା କହିଲେ ଆଇନ ମନ୍ତ୍ରୀ, ଜଣଜଣଙ୍କୁ…

ଭୁୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଲେ ଆଇନ ମନ୍ତ୍ରୀ କହିଛନ୍ତି।…

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l…

ଭଞ୍ଜନଗରରେ ଜାତୀୟ ଲୋକ ଅଦାଲତ: ୧୯୮ ମାମଲାର ସମାଧାନ, ଆଦାୟ ହେଲା ଏତିକି ଟଙ୍କା…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲା…

ବାଣନଇରେ ପିଇବାକୁ ନାହିଁ ପାଣି; ରାସ୍ତାରୋକୋ କହିଲେ ମହିଳା, ବୋରୱେଲ ଖୋଳିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପୁରୁଷୋତ୍ତମପୁର,୯।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ…

ତାମିଲନାଡୁରେ ନୂଆ ସରକାରଙ୍କୁ ନେଇ ସସପେନ୍ସ ଜାରି! ବିଜୟଙ୍କ ସାମ୍ନାରେ ସର୍ତ୍ତ ପରେ ସର୍ତ୍ତ

ଚେନ୍ନାଇ,୯।୫: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତା ବିଜୟଙ୍କ ଦଳକୁ ସମର୍ଥନ ଦେବା ପୂର୍ବରୁ, ତାମିଜାଗା ଭେଟ୍ରି କାଝାଗମ (ଟିଭିକେ), ଥୋଲ…

ଜାହାଜରୁ ତେଲ ନେଇ ସମୁଦ୍ରରେ ଯାଉଥିଲା ଡଙ୍ଗା, ଧରିଲା ପାଟ୍ରୋଲିଂ ପୋଲିସ, ଡଙ୍ଗାରୁ ଡେଇଁ…

ପାରାଦୀପ,୯ା୫(ଶରତ ରାଉତ): ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରିଛି। ଉକ୍ତ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri