ରାତି ଅଧରେ ରୋଗୀ ପାଇବେ ମାଗଣା ଔଷଧ

କଟକ ଅଫିସ,୨୨ା୧:ଏଣିକି ରାତି ଅଧରେ ଏସ୍‌ସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ରୋଗୀଙ୍କୁ ୨୪ ଘଣ୍ଟିଆ ସହାୟତା ଯୋଗାଇବା ପାଇଁ ଦିନରାତି ଖୋଲା ରହିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର କାଉଣ୍ଟର। ରୋଗୀ ଯେଉଁ ଔଷଧ ଆବଶ୍ୟକ କରୁଥିବେ ତାହା ଏହି କାଉଣ୍ଟରରୁ ମଞ୍ଜୁର କରାଯିବ। ଯଦି ମେଡିକାଲରେ ଡାକ୍ତର ପରାମର୍ଶ କରିଥିବା ଔଷଧ ଓ ଉପକରଣ ଉପଲବ୍ଧ ନ ଥିବ ତେବେ ଉକ୍ତ କାଉଣ୍ଟର ଜରିଆରେ ଡାକ୍ତରଙ୍କ ଚିଠା ଅନୁଯାୟୀ ତାହାକୁ ଲୋକାଲ ପର୍ଚେଜ କରାଯିବ। ଲୋକାଲ ପର୍ଚେଜ ପାଇଁ ଜରୁରିକାଳୀନ ସ୍ଥିତିରେ କୌଣସି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆବଶ୍ୟକତା ପଡିବନି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଦସ୍ତଖତରେ ଏହିସବୁ ଔଷଧ ଓ ଉପକରଣ କ୍ରୟ କରାଯାଇପାରିବ ବୋଲି ଷ୍ଟୋର ମେଡିକାଲ ଅଫିସର ଡା. ସତ୍ୟଶ୍ରୀ ରାୟ ସୂଚନା ଦେଇଛନ୍ତି। ରୋଗୀ ଯେପରି ପକେଟରୁ ଗୋଟିଏ ଟଙ୍କା ଖର୍ଚ୍ଚ ନ କରନ୍ତି ସେଥିପ୍ରତି ମେଡିକାଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଏଥିନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲର ପ୍ରତ୍ୟେକ ବିଭାଗର ମୁଖ୍ୟମାନଙ୍କଠାରୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକ କରୁଥିବା ଔଷଧ ଓ ଉପକରଣର ତାଲିକା ମଗାଯାଇଛି। ପ୍ରତ୍ୟେକ ବିଭାଗ ପକ୍ଷରୁ ଏକ ବାର୍ଷିକ ଆକଳନ ତାଲିକା ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି ତାଲିକାକୁ ଦେଖିଲେ ଏଥିନିମନ୍ତେ ପାଖାପାଖି ୧ହଜାର କୋଟିର ଏକ ବଜେଟ୍‌ ପ୍ରସ୍ତୁତ ହୋଇଛି। ଆସନ୍ତା ୨୪ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏସ୍‌ସିବି ମେଡିକାଲ ଗସ୍ତରେ ଆସୁଛନ୍ତି। ଏ ନେଇ ସଚିବ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ଏସ୍‌ସିବି ମେଡିକାଲରେ ମାଗଣା ଚିକିତ୍ସାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। ବିଶେଷକରି ସରକାର ସମସ୍ତ ବ୍ୟବସ୍ଥାକୁ ମାଗଣା କରୁଥିବାବେଳେ ରୋଗୀ ସଂଖ୍ୟା ସେହି ହାରରେ ବୃଦ୍ଧି ପାଉଛି। ମାତ୍ର ଭିତ୍ତିଭୂମିରେ ପରିବର୍ତ୍ତନ ଅଣାଯାଉନାହିଁ। ଉଦାହରଣ ଭାବେ ମେଡିକାଲର ରେଡିଓଲୋଜି ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସଚିବଙ୍କୁ ଦିଆଯାଇଥିବା ତାଲିକା ଅନୁଯାୟୀ, ଉକ୍ତ ବିଭାଗରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ଗତ ୫ ବର୍ଷରେ ଏହି ବିଭାଗରେ ୫୩ ପ୍ରତିଶତ ରୋଗୀଙ୍କ ହାର ବୃଦ୍ଧି ପାଇଥିବା କୁହାଯାଇଛି। ଏଠାରେ ଏକ୍ସ-ରେ, ସ୍ପେଶାଲ ଇନ୍‌ଭେଷ୍ଟିଗେଶନ, ମମୋଗ୍ରାଫି, ୟୁସିଜି, ଡପ୍‌ଲର୍‌ ଓ ସିଟି ସ୍କାନ ଆଦି କରାଯାଉଥିବାବେଳେ ରେଡିଓଗ୍ରାଫର, ସିନିୟର ରେସିଡେଣ୍ଟ ଓ ସହକାରୀ ପ୍ରଫେସର ପଦବୀ ଖାଲି ପଡ଼ିଛି। ସେହିପରି ଗତ ୬ ବର୍ଷ ହେବ ରେଡିଓଲୋଜି ବିଭାଗ ଉପରେ ଶିଶୁଭବନ ଭାର ପଡୁଥିବା କୁହାଯାଇଛି। ଏହାବାଦ ଅନ୍ୟ କେତେକ ପ୍ରସଙ୍ଗକୁ ଦେଖିଲେ ମଧ୍ୟ ଏସ୍‌ସିବି ମେଡିକାଲ ବିବାଦ ମଧ୍ୟକୁ ଟାଣି ହୋଇ ଆସୁଛି। ରାଜ୍ୟରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଠାରେ କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍‌ ପାଇଁ ଆବଶ୍ୟକ ଫ୍ଲୁଇଡ୍‌ ଦୀର୍ଘଦିନ ହେବ ମିଳି ନ ଥିବାରୁ ନିକଟରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ସରକାର ଆବଶ୍ୟକ ପରିମାଣର ଔଷଧ ଯୋଗାଇପାରୁ ନ ଥିବାରୁ ରୋଗୀମାନେ ଅନେକ ସମୟରେ ହୀନସ୍ତା ଭୋଗୁଛନ୍ତି। ଏ ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କୁହନ୍ତି, ସମସ୍ତ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି। ଭିତ୍ତିଭୂମି ସହିତ ମାନବସମ୍ବଳରେ ବିକାଶ କରାଯିବ। ସରକାର ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri