ମାହାଙ୍ଗା,୧୫ା୫(ସ୍ବ.ପ୍ର.): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ସରକାର ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରିଛନ୍ତି। ଏପରି କି ଏହି ପ୍ରବାସୀମାନେ ଆସିବା ପରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ସେମାନେ କିପରି ଠିକ୍ରେ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚତ୍ପାରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାତ୍ର ଏ ସବୁ ସତ୍ତ୍ୱେ ମାହାଙ୍ଗା ବ୍ଲକ ଅଞ୍ଚଳରେ ଏହାର ବ୍ୟତୀକ୍ରମ ଦେଖାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସୁରଟ ଏବଂ କଲିକତା ଫେରନ୍ତା ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ବସରୁ ଓହ୍ଲାଇ କୁଆଁପାଳ ବଜାରଠାରେ ବଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନ ଥିଲା। ଫଳରେ ସେମାନେ ଏଣେତେଣେ ବୁଲିବା ସହ ଦୋକାନ ବାରଣ୍ଡାରେ ବସାଉଠା କରିଥିଲେ। କେତେଜଣ ବଜାର ନଳକୂପ ବ୍ୟବହାର କରିବା ସହ ମନ୍ଦିର ଓ ଦୋକାନ ବାରଣ୍ଡାରେ ଶୋଇଥିଲେ। ମାହାଙ୍ଗା ପୋଲିସ ରାତି ୩ଟାରେ ପାଟ୍ରୋଲିଂ କରୁଥିବାବେଳେ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ବୁଲାବୁଲି କରୁଥିବା ଦେଖିବାକୁ ପାଇଥିଲା। ତେଣୁ ଥାନା ଅଧିକାରୀ ରଞ୍ଜନ ପ୍ରଧାନ ବିଡିଓଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ପରେ ବ୍ଲକ ମୁଖ୍ୟ ଫାଟକ ଖୋଲାଯାଇ ସେମାନଙ୍କୁ ବ୍ଲକ ପରିସରରେ ରଖାଯିବା ସହ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରବାସୀ ଫେରୁଥିବା ଜାଣି ମଧ୍ୟ ବ୍ଲକ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ଅଧିକାରୀ ଅନୁପସ୍ଥିତ ରହିବା ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁଆଁପାଳ ଦମକଳବାହିନୀ ପକ୍ଷରୁ ସ୍ଥାନୀୟ ବଜାର, ହାଟ ଓ ବ୍ଲକ କାର୍ଯ୍ୟାଳୟ ପରିସର ସାନିଟାଇଜ କରାଯିବା ପରେ ବହୁ ବିଳମ୍ବରେ ବଜାର ଖୋଲିଥିଲା। ବ୍ଲକ ପ୍ରଶାସନର ଏହି ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଏକ ତଦନ୍ତ ପାଇଁ ଜିଲାପାଳ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଚିବଙ୍କ ନିକଟରେ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ ନିହାର ରଞ୍ଜନ ମଲ୍ଲିକ କହିଛନ୍ତି, ଏଠାକୁ ଆସିଥିବା ପ୍ରବାସୀଙ୍କ ସମ୍ପର୍କରେ କୌଣସି ସୂଚନା ନ ଥିଲା। ସେମାନେ ନିଜେ ବସ ଯୋଗେ ଆସି ବିଳମ୍ବିତ ରାତିରେ ପହଞ୍ଚତ୍ଥିଲେ। ଆମେ ଖବର ପାଇବା ପରେ ସେମାନଙ୍କୁ ତାଙ୍କ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦେଇଛୁ।
ସୂଚନାଯୋଗ୍ୟ, ବ୍ଲକ ପ୍ରଶାସନ ପକ୍ଷରୁ ଜେ.ଏନ୍ କଲେଜ ପରିସରରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସେଠାରେ ଅନ୍ୟ ରାଜ୍ୟରୁ ଟ୍ରେନ୍ ଓ ବସ୍ ଯୋଗେ ଆସୁଥିବା ପ୍ରବାସୀଙ୍କୁ ଗାଡ଼ିରେ ଏଠାକୁ ଅଣାଯାଇଥାଏ। ପରେ ନିଜ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥାଏ। ଏହି କାରଣରୁ ପ୍ରବାସୀମାନେ ସେଠାରେ ଓହ୍ଲାଇ ଥିଲେ।
Posted inଜଗତ୍ସିଂହପୁର View All
ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍ଲେ
କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…
ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…
ଜଗତ୍ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…
ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…
ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ
ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…
ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍
ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍ଷ୍ଟାଣ୍ଡରୁ…
ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…
ଜଗତ୍ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍ପ୍ରକାଶ ପଣ୍ଡା…
ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…
ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…
Archives

