ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ଲଘୁ ଖଣି ନିର୍ଦ୍ଦେଶାଳୟ ବିଭାଗ ସ୍ଥାପନ କରିବା ସହ ପ୍ରାୟ ୧ ବର୍ଷ ହେବ ଯାଜପୁର ଜିଲାରେ ଲଘୁ ଖଣି ଉପନିର୍ଦ୍ଦେଶାଳୟ (ଡିଡିଏମ୍‌) କାର୍ଯ୍ୟାଳୟ ଆରମ୍ଭ କରାଯାଇଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାର ନିୟନ୍ତ୍ରଣ ହେବା ସ୍ଥଳେ ଆହୁରି ଅଣାୟତ୍ତ ହେଉଥିବା ଚର୍ଚ୍ଚା ହେଉଛି। ଜିଲାରେ କଳାପଥର, ବାଲି ଓ ମୋରମ ଲୁଟ୍‌ ଅଭିଯୋଗ ଥମିବାର ନାଁ ଧରୁନାହିଁ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭିସିଆଇ କେମିକାଲ ଇଣ୍ଡଷ୍ଟ୍ରିଜ୍‌ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଇଡ୍‌କୋ ଠାରୁ ଜମି ନେଇ ରାତିସାରା ମୋରମ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି। ଏହାସହ ବ୍ୟାସନଗର ତହସିଲ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର କିଆପଦା ଓ ପାଟରଙ୍ଗା ପଞ୍ଚାୟତ ମଧ୍ୟରେ ଚାଲୁଥିବା ରେଙ୍ଗାଲି ବହୁମୁଖୀ ପ୍ରକଳ୍ପ କେନାଲ ନିକଟରୁ ବିପୁଳ ମୋରମ ଚୋରା ଚାଲାଣ ହେଉଛି । କେତେକାଂଶରେ ଧରପଗଡ଼ ହେଉଥିଲେ ହେଁ ମୋରମ ବ୍ୟବସାୟୀଙ୍କ ସହ ସୁଲାସୁତୁରା କରି ପରବର୍ତ୍ତୀ ସମୟରେ ଗାଡ଼ିଗୁଡିକୁ ଛାଡି ଦିଆଯାଉଥିବା ନଜିର ରହିଛି। ଉପରୋକ୍ତ ଦୁଇ ସ୍ଥାନରୁ ପ୍ରାୟ ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପରିମାଣର ମୋରମ ଲୁଟ୍‌ ହୋଇ ସାରିଥିଲେ ହେଁ ଲଘୁ ଖଣି ବିଭାଗ ହାତରେ ହାତ ଦେଇ ବସି ରହିଥିବା ମତପ୍ରକାଶ ପାଇଛି। ଫଳରେ ଲଘୁ ଖଣି ଉପନିର୍ଦ୍ଦେଶାଳୟର ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଓ ସ୍ବଚ୍ଛତା ନେଇ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଏହାର ନକରାତ୍ମକ ପ୍ରଭାବ ପଡିପାରେ ବୋଲି ମତପ୍ରକାଶ ପାଇଛି।
ଲଘୁ ଖଣିଜ ଦ୍ରବ୍ୟ ଯେବେଠୁ ଖଣି ବିଭାଗ ହାତକୁ ଯାଇଛି ସେବେଠୁ ତହସିଲ କର୍ମଚାରୀମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ଭଳି ମନେ ହେଉଛି । ବ୍ୟବସାୟୀଙ୍କୁ ସହଯୋଗ କରି ରାଜସ୍ବ ବିଭାଗ କର୍ମଚାରୀମାନେ ଦରମା ବାହାରେ ବିପୁଳ ଅର୍ଥ ଉପାର୍ଜନ କରୁଥିବା ଚର୍ଚ୍ଚା ହେଉଛି। ବିଶେଷ କରି ବ୍ୟାସନଗର ତହସିଲ ଅଞ୍ଚଳରେ ଏହି ଚେର ତଳୁ ଉପର ଯାଏଁ ଲମ୍ବିଥିବା ମତପ୍ରକାଶ ପାଇଛି । ଏହି ତହସିଲ ଅଧୀନ ପଛିକୋଟ ଆରଆଇ ସର୍କଲର ଆଖପାଖ ଅଞ୍ଚଳରେ ଜଙ୍ଗଲ ଓ ସରକାରୀ ଜମିରୁ ରୀତିମତ ମୋରମ ଚୋରି ହେଉଥିବା ଅଭିଯୋଗ ହେଉଛି । ହେଲେ ରାଜସ୍ବ ବିଭାଗ କିମ୍ବା ଖଣି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।
ସୂଚନା ଅନୁଯାୟୀ, କୋରେଇ ବ୍ଲକ ଅଧୀନ ଅନ୍ଧାରୀ ପଞ୍ଚାୟତର କିଆପଦା ଓ ପାଟରଙ୍ଗା ପଞ୍ଚାୟତ ମଧ୍ୟରେ ଚାଲୁଥିବା ରେଙ୍ଗାଲୀ ବହୁମୁଖୀ ପ୍ରକଳ୍ପର କେନାଲ ନିକଟରୁ ବେଆଇନ ଭାବେ ବିପୁଳ ମୋରମ ଚୋରା ଚାଲାଣ ହେଉଛି। ବ୍ରାହ୍ମଣୀ ନଦୀ ଉପରେ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି (ଜେଆଇସିକେ) ବା ଜାଇକା ଅଧୀନରେ ଚାଲୁଥିବା ବାମପାର୍ଶ୍ୱ ବହୁମୁଖୀ ରେଙ୍ଗାଲୀ ପ୍ରକଳ୍ପ ପାଇଁ କୋରାବନ୍ଦୀ ରାଇସ୍‌ ମିଲ ନିକଟରେ ମୋରମ ଖନନ କରାଯାଇ କେନାଲର ଦୁଇପାର୍ଶ୍ୱରେ ରାସ୍ତା ନିର୍ମାଣ ପାଇଁ ମହଜୁଦ ରଖାଯାଉଛି । ଏହାକୁ ସ୍ଥାନାନ୍ତରିତ କରିବାକୁ ସରକାରୀସ୍ତରରେ କୌଣସି ଲିଜ୍‌ ଦିଆଯାଇନାହିଁ । ପରିତାପର ବିଷୟ ସମ୍ପୃକ୍ତ ଠିକାସଂସ୍ଥାର କିଛି କର୍ମଚାରୀଙ୍କୁ ହାତକରି ସ୍ଥାନୀୟ କେତେଜଣ ମୋରମ ବ୍ୟବସାୟ ପ୍ରୋକୋଲିନ ସାହାଯ୍ୟରେ ରାତି ତମାମ ମହଜୁଦ ଥିବା ମୋରମକୁ ହାଇଓ୍ବା ଯୋଗେ ଜିଲା ବାହାରକୁ ଚୋରା ଚାଲାଣ କରୁଛନ୍ତି । ଏଥିପାଇଁ କେନ୍ଦୁଝର ଜିଲାର ନକଲି ଟ୍ରାନ୍‌ଜିଟ୍‌ ପାସ୍‌ ( ଟିପି ) ବ୍ୟବହାର ହେଉଛି। ଏଥିରେ ବ୍ୟାସନଗର ତହସିଲର କେତେକ କର୍ମଚାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଗୁରୁବାର ସନ୍ଧ୍ୟାରେ ବ୍ୟାସନଗର ତହସିଲଦାର କୋରାବନ୍ଦୀ ରାଇସ୍‌ମିଲ ନିକଟରେ ଚଢ଼ାଉ କରି ୨ ମୋରମ ବୋଝେଇ ଡମ୍ଫର ଗାଡ଼ି ଜବତ କରିଥିଲେ। ପରବର୍ତ୍ତୀ ସମୟରେ ଏକ ବଡ଼ଧରଣର ମୂଲଚାଲ କରି ଜବତ ମୋରମ ବୋଝେଇ ଗାଡ଼ିଗୁଡିକୁ ଛାଡି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଦାନଗଦି ତହସିଲ ଅନ୍ତର୍ଗତ ଯଖପୁରା ମୌଜା ଅଞ୍ଚଳରୁ ଭିସିଆଇ କମ୍ପାନୀ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରି ମିଳିଥିବା ୧୫ ଏକର ସରକାରୀ ସରକାରୀ ଜମିରୁ ବିପୁଳ ପରିମାଣର ମୋରମ ଖନନ କରି ବିନା ଟିପିରେ ରାତିସାରା ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି।
ଏନେଇ ଯାଜପୁର ଲଘୁ ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ରାତି ସମୟରେ ପୋଲିସ ସହାୟତାରେ ଚଢ଼ାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରାଯାଉଛି। କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ପରଠାରୁ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସ୍ବଚ୍ଛତାର ସହ କାର୍ଯ୍ୟ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri