ରାତିରେ ଲାଠିମାଡ଼ ପରେ ସକାଳୁ ଶୂନସାନ କଟକ ସହର

କଟକ ଅଫିସ, ୪।୪- କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ଫଳରେ ସହରରେ ୪୮ ଘଣ୍ଟା ପାଇଁ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତି ୮ଟା ରୁ ରବିବାର ରାତି 8ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଚାଲିବ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ କଟକ DCP ଅଖିଳେଶ୍ୱର ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫୁଟ୍ ପେଟ୍ରୋଲିଂ କରାଯାଇଥିଲା। ରାତିରେ ଅଯଥା ଏଣେ ତେଣେ ବୁଲୁଥିବା ଲୋକମାନଙ୍କୁ ଲାଠିମାଡ଼ କରାଯାଇଥିଲା। ଏହି ଲାଠିମାଡ଼ର ପ୍ରଭାଵ ଶନିବାର ଦେଖିବାକୁ ମିଳିଛି। ସଟ୍ ଡାଉନ୍ କୁ ନେଇ ସାରା ସହର ଶୂନସାନ ହୋଇପଡିଛି। ଜଣେ ହେଲେ ଲୋକଙ୍କୁ ଦେଖିବାକୁ ମିଳିନି। ଅନ୍ୟପଟେ ସହରର ପ୍ରମୁଖ ଛକଗୁଡିକରେ ସମ୍ପୂର୍ଣ୍ଣ ବ୍ୟାରିକେଟିଂ କରାଯାଇଛି। ରାସ୍ତା ସବୁ ପୁରା ବନ୍ଦ ରହିଛି। ବରିଷ୍ଠ ପୋଲିସ ଅଧିକାରୀମାନେ ସହର ସାରା ପାଇଁତରା ମାରୁଛନ୍ତି। ପ୍ରାୟ ୧୦ଟି ବାଇକ ପିସିଆର୍ ରେ ପାଟ୍ରୋଲିଂ ଚାଲି ଥିବା ସୂଚନା ମିଳିଛି ।