ରାତିରେ ଏସବୁ ଖାଦ୍ୟ ଖାଇଲେ ବଢ଼ିଯାଏ ଓଜନ

ଆଜିକାଲି ଓଜନ ବଢ଼ିବା ସମସ୍ୟା ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଏମିତି କିଛି ଖାଦ୍ୟ ରହିଛି ଯାହାକୁ ରାତିରେ ଶୋଇବା ପୂର୍ବରୁ ଖାଇଲେ ଓଜନ ବଢ଼ିବାର ଆଶଙ୍କା ରହିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

– କଦଳୀ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଲେ ଓଜନ ବଢ଼ିବାର ଶତ ପ୍ରତିଶତ ଆଶଙ୍କା ରହିଥାଏ। ତେଣୁ ରାତିରେ କଦଳୀ ଖାଇବା ମନା।

– ସେହିପରି ରାତିରେ ଶୋଇବା ପୂର୍ବରୁ ବଟର୍‌ ଖାଇବା ଅନୁଚିତ। ବଟର ଖାଇଲେ ଓଜନ ଖୁବ୍‌ଶୀଘ୍ର ବଢ଼େ। ଏପରିକି ବଟରରେ ତିଆରି ହୋଇଥିବା କୌଣସି ଖାଦ୍ୟ ମଧ୍ୟ ରାତିରେ ଖାଇବା ଉଚିତ୍‌ ନୁହେଁ।

– ରାତିରେ ଶୋଇବା ପୂର୍ବରୁ ହ୍ବାଇଟ୍‌ ବ୍ରେଡ ଖାଇବା ଅନୁଚିତ। ଏହାକୁ ଖାଇଲେ ଉଚ୍ଚ ରକ୍ତଚାପ ବଢ଼ିବାର ଯଥେଷ୍ଟ ସମ୍ଭାବନା ଥାଏ। ଏଥିରେ ଫାଇବର ଭରପୂର ମାତ୍ରାରେ ରହିଛି। ଯେଉଁଥିପାଇଁ ଶରୀରରେ ଫ୍ୟାଟ ମାତ୍ରା ବଢ଼ିଯାଇଥାଏ।