ରାତିଅଧିଆ ପେଣ୍ଡାଲ ବୁଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସ୍ଥାନରେ ଚଳିତବର୍ଷ ଛୋଟବଡ଼ ୧୭୧ ମେଢ଼ ହୋଇଥିବାବେଳେ ଅଧିକାଂଶ ପୂଜାମଣ୍ଡପର ତୋରଣ ନିଆରା ଥିମ୍‌ରେ ତିଆରି ହୋଇଛି। ସେଥିମଧ୍ୟରୁ ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଷ୍ଟେଶନବଜାର ଓ ରସୁଲଗଡ଼ ପୂଜାମଣ୍ଡପ ତୋରଣର କ୍ରେଜ୍‌ ଟିକେ ଅଧିକ ରହିଛି। ତେବେ ଶହୀଦନଗର ଏବଂ ପୁରୁଣା ଷ୍ଟେଶନବଜାର ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁନା, ରୁପାରେ ଛାଉଣି ହୋଇଛି, ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ପ୍ରବଳ ଜାମ୍‌ ରହୁଛି, ଯେଉଁଥିପାଇଁ ମନଖୋଲା ବୁଲିହେଉନି କି ପୂଜାକୁ ଉପଭୋଗ କରିହେଉନି। ସନ୍ଧ୍ୟା ସମୟରେ ଯୁବତୀଯୁବକ ତଥା ହଷ୍ଟେଲ ଛାତ୍ରୀଛାତ୍ରଙ୍କ ଭିଡ଼ ଲାଗୁଥିବାବେଳେ ରାତି ୧୦ଟା ପରେ ଲୋକେ ପରିବାର ସହ ମଣ୍ଡପ ବୁଲିବାକୁ ଆସୁଛନ୍ତି। ସେହିଭଳି ବିଳମ୍ବିତ ରାତିରେ ସାଙ୍ଗସାଥି ହୋଇ ବୁଲିବାର ବି ମଜା ନେଉଛନ୍ତି ଯୁବଗୋଷ୍ଠୀ। ରାତି ୧୧ଟା ବେଳକୁ ମଣ୍ଡପଗୁଡ଼ିକରେ ଭିଡ଼ କମ୍‌ ରହୁଥିବାରୁ ବୁଲିଦେଖିବା ସହଜ ହେଉଛି। ଅପରପକ୍ଷେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ର ପର୍ଯ୍ୟନ୍ତ ମଣ୍ଡପଗୁଡିକରେ ପୋଲିସ୍‌ ସହ ସ୍ବତନ୍ତ୍ର ସ୍ବେଚ୍ଛାସେବୀ ଜଗିରହୁଛନ୍ତି। ଭୁବନେଶ୍ୱରରେ ସୁନା, ରୁପା ଥିବା ମଣ୍ଡପର ସୁରକ୍ଷା ପାଇଁ ସ୍ବତନ୍ତ୍ର ବନ୍ଧୁକଧାରୀ ପୋଲିସ ଜଗି ରହୁଛନ୍ତି।
ଆକର୍ଷଣୀୟ ମୂର୍ତ୍ତି, ମେଢ଼
ଚଳିତବର୍ଷ ମଧ୍ୟ ରାଜଧାନୀ ପୂଜାର ମୁୁଖ୍ୟ ଆକର୍ଷଣ ସାଜିଛି ସୁଉଚ୍ଚ ତୋରଣ। ନୟାପଲ୍ଲୀରୁ ଆରମ୍ଭକରି ବରମୁଣ୍ଡା ଓ ଶହୀଦନଗର ସବୁଠାରେ ବିଶାଳକାୟ ତୋରଣ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ହେଲେ ଏହା ମଧ୍ୟରେ ବି ମୂର୍ତ୍ତି ଓ ମେଢ଼ର ନିଖୁଣ କାରିଗରି ଦର୍ଶକଙ୍କୁ କିଛିକ୍ଷଣ ପାଇଁ ଅଟକାଇ ଦେଉଛି। ନୟାପଲ୍ଲୀ, ରସୁଲଗଡ଼, ୟୁନିଟ୍‌-୪, ୟୁନିଟ-୮, ବମିଖାଲ, ଶହୀଦନଗର, ଲକ୍ଷ୍ମୀସାଗର, ଝାରପଡ଼ା ପୂଜାମଣ୍ଡପରେ ମା’ଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ରାଜ୍ୟ ବାହାରୁ ବିଶେଷକରି ପଶ୍ଚିମବଙ୍ଗର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମୂର୍ତ୍ତି ଓ ମେଢ଼ରେ କଲିକତାର ଦୁର୍ଗାମୂର୍ତ୍ତି ଓ ମେଢ଼ର ଛାପ ଦେଖିବାକୁ ମିଳୁଛି।

ଆକର୍ଷଣ ସାଜିଛି ଡିଜ୍‌ନିଲ୍ୟାଣ୍ଡ୍‌
ପ୍ରତିବର୍ଷ କିଛି ନା କିଛି ଭିନ୍ନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଝାରପଡ଼ା ପୂଜାମଣ୍ଡପ ଏଥର ପ୍ରସ୍ତୁତ କରିଛି ପ୍ୟାରିସ ‘ଡିଜ୍‌ନିଲ୍ୟାଣ୍ଡ୍‌’ ସଦୃଶ ତୋରଣ। ବିଶେଷକରି ପିଲାଙ୍କ ପାଇଁ ତିଆରି ହୋଇଥିବା ଏହି ପେଣ୍ଡାଲ ସମ୍ମୁଖରେ ରହିଛି ଦୁଇଟି ପାର୍କ। ଯେଉଁଠାରେ ପିଲାମାନେ ମିକି ମାଉସ୍‌, ଡୋନାଲ୍ଡ ଡକ୍‌ ଭଳି ପ୍ରସିଦ୍ଧ କାର୍ଟୁନ୍‌ ଚରିତ୍ରଙ୍କ ସହ ଖେଳିବାର ମଜା ନେଉଛନ୍ତି। ସେହିପରି ବୟସ୍କଙ୍କ ପାଇଁ ମଧ୍ୟ ଏହି ପୂଜା ମଣ୍ଡପ ଆକର୍ଷଣ ସାଜୁଥିବାବେଳେ ରସୁଲଗଡ଼ ପୂଜାମଣ୍ଡପ ତୋରଣର କ୍ରେଜ୍‌ ମଧ୍ୟ ଏଥର ଅଧିକ ରହିଛି। ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରୁଥିବା ଏହି ତୋରଣ ରାତି ହେଲେ ଧଳା ଓ ଗୋଲାପୀ ରଙ୍ଗର ଲାଇଟ୍‌ରେ ଝଲସୁଛି। ଯେଉଁଥିପାଇଁ ସୋସିଆଲ ମିଡିଆରେ ଏହିି ଦୁଇ ମଣ୍ଡପର ତୋରଣ ଫଟୋ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।

ଭିଡ଼ ଅସମ୍ଭାଳ ପରିସ୍ଥିତି ଅଣାୟତ୍ତ
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ସହରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟିକରିଛି। ୫ ମିନିଟ୍‌ର ରାସ୍ତା ଯିବାକୁ ଲାଗିଯାଉଛି ଅଧଘଣ୍ଟା। ରବିବାର ଅଷ୍ଟମୀ ଦର୍ଶନ ପାଇଁ ଭିଡ଼ ହୋଇଥିବାବେଳେ ଆଖି ନ ପାଇଲା ପର୍ଯ୍ୟନ୍ତ ଗାଡ଼ି ପଛକୁ ଗାଡ଼ି ଧାଡ଼ି ହୋଇ ଲମ୍ବିଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଜନପଥ, କଟକ ରୋଡ୍‌, ରସୁଲଗଡ଼ରେ ଟ୍ରାଫିକ୍‌ ଜାମ୍‌ ଅସମ୍ଭାଳ ହୋଇପଡ଼ିଥିଲା। ଏପଟେ ଟ୍ରାଫିକ୍‌ ଅବ୍ୟବସ୍ଥା ଯୋଗୁ ପରିସ୍ଥିତିକୁ ଆୟତ୍ତ କରିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ଲୋକେ ରାସ୍ତା ମଝିରେ ଗାଡ଼ି ଅଟକାଇ ତୋରଣ ଓ ମେଢ଼ ଦେଖୁଥିବାରୁ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ରାତି ପ୍ରାୟ ୭ଟା ୩୦ରେ ରସୁଲଗଡ଼ ଛକରେ ଭିଡ଼ ଭିତରେ ଏକ ଆମ୍ବୁଲାନ୍ସ ବହୁ ସମୟ ଧରି ଫସିରହିଥିଲା। ସମସ୍ତେ ଦେଖୁଥିଲେ ମଧ୍ୟ କେହି ବାଟ ଛାଡ଼ିବାକୁ ସୁଯୋଗ ଦେଇ ନ ଥିଲେ। ତେବେ ସ୍ମାର୍ଟସିଟି ପ୍ରୋଜେକ୍ଟ କାମ ଏବଂ ସେସୁ ପକ୍ଷରୁ କେବୁଲ୍‌ ବିଛା କାର୍ଯ୍ୟ ଚାଲିଥିବାରୁ ରାସ୍ତା ସାରା ଖୋଳାଖୋଳି ହୋଇ ରାସ୍ତା ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ହୋଇପଡ଼ିଥିବାରୁ ଭିଡ଼ ହେବାର ଏହା ପ୍ରମୁଖ କାରଣ ଥିଲା। କଟକ ରୋଡରେ ବମିଖାଲ ଓ ଏସ୍‌ପ୍ଲାନେଡ୍‌ ମଲ୍‌ ପାଖରେ ସର୍ବାଧିକ ଭିଡ଼ ହୋଇଥିବାବେଳେ ରସୁଲଗଡ଼ ଛକ, ନୟାପଲ୍ଲୀ, ରାଜମହଲ ଛକ, ଆଚାର୍ଯ୍ୟ ବିହାର, ଜୟଦେବ ବିହାରରୁ ପଟିଆ, ନାଲକୋ ଛକ, ଡମଣା ଛକ, ଖଣ୍ଡଗିରି, ବରମୁଣ୍ଡା ଆଦି ଛକରେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri