ରାତାରାତି ହିଟ୍‌ ହୋଇଥିବା ନାୟିକାଙ୍କର ଏବେ ବଳଦି ଯାଇଛି ଠିକଣା

ମୁମ୍ବାଇ: ରାତାରାତି ବଲିଉଡ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ନାୟିକା ଅନୁ ଅଗ୍ରଓ୍ବାଲ କିନ୍ତୁ ଏବେ ଲାଇମ୍‌ ଲାଇଟ୍‌ରୁ ବହୁ ଦୂରରେ। ପ୍ରଥମେ ମହେଶ ଭଟ୍ଟଙ୍କ ଫିଲ୍ମ ‘ଆଶିକ’ରେ ଅଭିନୟ କରିଥିବା ଅନୁ ରାତାରାତି ପାଲଟି ଯାଇଥିଲେ ଜଣେ ଜଣାଶୁଣା ଚେହେରା। ହେଲେ ତା’ପରେ ସେ ଯେମିତି ରହିଗଲେ ପରଦାର ଆଢୁଆଳରେ। ଦୀର୍ଘ ୯ ବର୍ଷକାଳ ଅଭିନୟ ପାଇଁ ସଂଗ୍ରାମ କରିଥିଲେ ବି ଗୋଟିଏ ହେଲେ ସୁଯୋଗ ଆସି ନ ଥିଲା ତାଙ୍କ ହାତକୁ। ଏହାପରେ ୧୯୯୯ରେ ହୋଇଥିବା ଦୁର୍ଘଟଣାରେ ବଳଦିଗଲା ତାଙ୍କ ଜୀବନର ମୋଡ। ଦୀର୍ଘ ଦିନ କୋମାରେ ରହିବା ପରେ ସେ ଯେମିତି ଦୂରେଇ ଗଲେ ବାସ୍ତବ ଦୁନିଆରୁ। ଏହାପରେ ସୁସ୍ଥ ହୋଇ ସେ ଚାଲିଗଲେ ବିହାର। ଏବେ ପର୍ଯ୍ୟନ୍ତ ବିବାହ କରି ନ ଥିବା ଅନୁ ଏକାକୀ ସମୟ କାଟୁଛନ୍ତି। ସେ ତାଙ୍କ ଜୀବନିକୁ ନେଇ ଏକ ପୁସ୍ତକ ରଚନା କରିବା ସହ ଏହାର ଉନ୍ମୋଚନ ପାଇଁ ବଲିଉଡ୍‌ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ମହେଶ ସେଠାରେ ଅନୁଙ୍କର ଖୁବ୍‌ ପ୍ରଶଂସା କରିଥିଲେ ସତ ହେଲେ ବଲିଉଡ୍‌ ଫେରିବାର ଯେମିତି ସବୁ ବାଟ ବନ୍ଦ ହୋଇ ଯାଇଥିଲା ଅନୁଙ୍କ ପାଇଁ। ଏବେ ସେ ବିହାରରେ ଯୋଗ ଶିକ୍ଷକ ଭାବେ କାମ କରୁଥିବା ବେଳେ ଭାର ଉତ୍ତୋଳନରେ ମଧ୍ୟ କେବେ କେବେ ଭାଗ ନେଉଥିବା ଦେଖାଯାଇଛି।

Share