Categories: ଖେଳ

ରାଞ୍ଚିରେ ଟେଷ୍ଟ: ଧୋନୀଙ୍କୁ ଅପେକ୍ଷା

ରାଞ୍ଚି,୧୮।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଏଠାରେ ରବିବାରଠାରୁ ୩ୟ ଟେଷ୍ଟ ଖେଳାଯିବ। ଏହା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ହୋମ ଗ୍ରାଉଣ୍ଡ। ବିଶ୍ୱକପ୍‌ର ସେମିଫାଇନାଲରୁ ଭାରତୀୟ ଦଳର ବିଦାୟ ପରେ କ୍ରିକେଟ ପଡ଼ିଆକୁ ଫେରି ନ ଥିବା ଧୋନୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଏହି ପ୍ରଶ୍ନ ତାଙ୍କର ପ୍ରଶଂସକଙ୍କ ମନରେ ମଧ୍ୟ ରହିଛି। ଏଠାରେ ଭାରତୀୟ ଦଳର ଅଭ୍ୟାସବେଳେ ଗଣମାଧ୍ୟମ ପ୍ରତିନିଧି ଓ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ସେମାନେ କିମ୍ବଦନ୍ତୀ ଧୋନୀ କେଉଁଠାରେ ପ୍ରଶ୍ନ ପଚାରିଥିଲେ। ତେବେ ସେ କେବେ ପଡ଼ିଆକୁ ଫେରିବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିସିସିଆଇ ନୂଆ ଅଧ୍ୟକ୍ଷ ହେବାକୁ ଯାଉଥିବା ସୌରଭ ଗାଙ୍ଗୁଲି ଏ ସମ୍ପର୍କରେ ଚୟନକର୍ତ୍ତାଙ୍କ ସହ ଆସନ୍ତା ୨୪ ତାରିଖରେ ଆଲୋଚନା କରିବା ନେଇ କହିଛନ୍ତି।

Share