ରାଜ ପଦ ଛାଡିବେ ପ୍ରିନ୍ସ ହ୍ୟାରୀ-ମେଘନ

ଲଣ୍ଡନ,୯।୧: ବ୍ରିଟେନ ରାଜ ଦମ୍ପତି ପ୍ରିନ୍ସ ହ୍ୟାରୀ ଓ ତାଙ୍କ ଆମେରିକୀୟ ପତ୍ନୀ ମେଘନ ମାର୍କେଲ ରାଜ ପରିବାରର ବରିଷ୍ଠ ପଦ ଛାଡିବାକୁ ସ୍ଥିର କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମାନେ ଏହି ଘୋଷଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କହିଛନ୍ତି। ଆର୍ଥିକ ଭାବେ ଏହି ରାଜ ଦମ୍ପତି ସ୍ବାଧୀନ ହେବାକୁ କାମ କରିବେ ବୋଲି ଉଲ୍ଲେଖ କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ଏହି ରାଜ ଦମ୍ପତି କହିଛନ୍ତି ଏବେ ସେମାନେ ୟୁନାଇଟେଡ କିଙ୍ଗଡମ ଓ ଉତ୍ତର ଆମେରିକା ମଧ୍ୟରେ ଟାଇମ୍‌ ବାଲାନ୍ସ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଦମ୍ପତିଙ୍କ ଏହି ନିଷ୍ପତ୍ତିକୁ ନେଇ ବଙ୍ଗିହାମ୍‌ ପ୍ୟାଲେସ ଖୁସି ନାହିଁ।

Share