ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ ଦୁଇ ଦିନ ଧରି ପୁରୀ ଜିଲା ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାର ବାଳିକା ଟିମ୍‌ ରନର୍ସଅପ ହୋଇଛି। ଫାଇନାଲରେ ଭଦ୍ରକ ଦଳଠାରୁ ପରାସ୍ତ ହୋଇ ମୟୂରଭଞ୍ଜ ଦଳ ରନର୍ସ ଅପ୍‌ ହୋଇଛି। ବାଳିକା ଟିମ୍‌ରେ ପାନ ମୁର୍ମୁ, ହିସି ହେମ୍ବ୍ରମ ଓ ଅନା ହେମ୍ବ୍ରମ ଥିବା ବେଳେ ବାଳିକା ଟିମ ମ୍ୟାନେଜର ଭାବେ ପିଟିଆଇ ପ୍ରିୟଙ୍କା ଯେଶୱାଲ ପୁରୀ ଗସ୍ତରେ ଯାଇଥିଲେ। କୃତୀ ଟିମ୍‌କୁ ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗୀରଥି ମଲିକ, ଭାଗବତଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବ୍ରତ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ କହ୍ନେଇଲାଲ ମହାନ୍ତ ଓ ଶାରିରୀକ ଶିକ୍ଷା ଶିକ୍ଷକ ଦୀପକ ରାମ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।