ରାଜ୍ୟ ସରକାରଙ୍କ କୋଭିଡ ହେଲ୍ପ ଡେସ୍କ ଶୁଭାରମ୍ଭ: ହ୍ବାଟ୍‌ସଆପ୍‌ରେ ମିଳିପାରିବ କରୋନା ସମ୍ପର୍କିତ ସୂଚନା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମହାମାରୀ ସହ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏ ନେଇ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ ତିଆରି କରାଯାଇଛି। ‘ଓଡ଼ିଶା ସରକାର ହ୍ବାଟ୍‌ସଆପ୍‌ ଇନ୍‌ଫୋ ଡେସ୍କ’ ନାମକ ଏହି ଗ୍ରୁପ୍‌କୁ ବୁଧବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। bit.ly/OGC Covid ହ୍ବାଟ୍‌ସ ଆପ୍‌ର ନମ୍ବର ହେଉଛି ୯୩୩୭୯୨୯୦୦୦। ହ୍ବାଟ୍‌ସ ଆପ୍‌ରେ ପ୍ରଥମେ Hl ଲେଖି ପଠାଇ ଦେଲେ ସୂଚନା ପହଞ୍ଚିଯିବ। ହେଲ୍ପ ଡେକ୍ସ ଶୁଭାରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌କରି ସୂଚନା ଦେଇଛନ୍ତି।