ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭବାନୀପାଟଣା,୧୫।୮(ଡି.ଏନ.ଏ.) ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ନେବା ପରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ କଳାହାଣ୍ଡି ଗସ୍ତରେ ଆସିଛନ୍ତି । ବୁଧବାର ଏହି ଅବସରରେ ସେ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ଖବରଦାତା ସମ୍ମିଳନୀରେ ଗତ ବିଧାନସଭାରେ ସରକାରଙ୍କ ଦୋଷ ଦୁର୍ବଳତା ସମ୍ପର୍କରେ ଉଠାଇଥିବା କେତେଗୁଡିଏ ପ୍ରଶ୍ନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିରୋଧିଦଳ ନେତା ନାଏକ ରାଜ୍ୟର ବିଜେଡି ସରକାର ବିଭିନ୍ନ ଯୋଜନା ନାମରେ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଭୋଟ ହାତେଇବା ପରେ ଯୋଜନାଗୁଡିକର କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଥିଲେ। ଗତ ନିର୍ବାଚନ ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିରେ ସରକାର ବଦନାମ ହୋଇ ଚିଟ୍‌ଫଣ୍ଡ ଦୁର୍ନୀତିରେ ଲିପ୍ତ ସଙ୍ଗଠନ ମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇ ଲୋକଙ୍କ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇ ଏଯାଏଁ ତାହା କରିନାହାନ୍ତି। ସେହିଭଳି କାଳିଆ ଯୋଜନା ନାମରେ ୫୭ ହଜାର ଚାଷୀ ପରିବାରଙ୍କୁ ସମ୍ପୃକ୍ତ କରାଯାଇ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଥିବା ଡିଣ୍ଡିମ ପିଟି ଆଜିଯାଏଁ କେନ୍ଦ୍ର ସରକାର ମାଗିଥିବା ଚାଷୀ ତାଲିକା ପ୍ରଦାନ କରିନାହାନ୍ତି। ଉକ୍ତ ତାଲିକା ସର୍ବସାଧାରଣ ଅବଗତ ନିମନ୍ତେ ତୁରନ୍ତ ପ୍ରକାଶ କରିବା ସକାଶେ ବିରୋଧି ଦଳର ନେତା ଦାବି କରିଛନ୍ତି। ବିଜେଡି ଶାସନ ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି, ବେକାରୀ ସମସ୍ୟା, ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ଭଳି ଅନେକ ଘଟଣା ଘଟିଯାଇଥିଲେ ହେଁ ସରକାର ଠିକ ଭାବରେ ଶାସନ ଭାର ପରିଚାଳନା କରୁନାହାନ୍ତି କିମ୍ବା ଦୋଷିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଦିନକୁ ଦିନ ଦୁର୍ନୀତି ଚରମ ସିମାରେ ପହଞ୍ଚତ୍ଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ନବୀନ ସରକାର ଗ୍ରହଣ ନ କରିବା ଜନସାଧାରଣଙ୍କ ପ୍ରତି ସରକାର କୁଠାରଘାତ କରୁଥିବାରୁ ବିରୋଧି ଦଳ ହିସାବରେ ଆମେ ତାକୁ ନିନ୍ଦା କରୁଛୁ। ଖଦିବୋର୍ଡର ଦୁର୍ନୀତିକୁ ସରକାର ଚାପି ଦେଇଛନ୍ତି। କଳାହାଣ୍ଡି ଜିଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଡିକାଲ କଲେଜ, ୟୁନିଭରସିଟି ଦିବାସ୍ବପ୍ନ ଭଳି ଲାଗୁଛି। ଧାନକିଣା ଦୁର୍ନୀତି, ଇନ୍ଦ୍ରାବତୀ ଦକ୍ଷିଣ କେନାଲ କାମର ଦୁର୍ନୀତି, ଭବାନୀପାଟଣା ବାଇପାସ ରାସ୍ତା, ରେଳୱେ ଓଭରବ୍ରିଜ ସକାଶେ ଜମି ଅଧିଗ୍ରହଣ, ରେଳଡବା କାରଖାନା ସକାଶେ ଜମି ଅଧିଗ୍ରହଣ ଆଦି କାର୍ଯ୍ୟରେ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବାରୁ କଳାହାଣ୍ଡିର ବିକାଶ ହୋଇପାରୁନାହିଁ ବୋଲି ବିରୋଧିଦଳର ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ। ସରକାର ଏସବୁକାର୍ଯ୍ୟ ପ୍ରତି ଅବହେଳା କରୁଥିବାରୁ ଆଗାମି ଦିନ ବିରୋଧିଦଳ ଭାବରେ ସରକାରଙ୍କୁ ସବୁଦିଗରୁ ଘେରାଯିବ ବୋଲି ସେ ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀକୁ ଭାନୁପ୍ରକାଶ ରଥ ସଂଯୋଜନା କରିଥିବା ବେଳେ ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ମହାନ୍ତି, ଭାବସିନ୍ଧୁ ମଙ୍ଗରାଜ, ସରିତା ସିନ୍ଧୁ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି ଯେ, ରାଜ୍ୟବାସୀ ଜାଣିଛନ୍ତି ବିଜେଡି ସରକାରଙ୍କ କାର୍ଯ୍ୟକଳାପ। ଏଥିପାଇଁ ଲୋକେ ଲଗାତର ଭୋଟଦେଇ ବିଜୟୀ କରୁଛନ୍ତି। ବିରୋଧୀ ଦଳ ଯାହା ଅଭିଯୋଗ କରୁଛି ସେଥିରେ କିଛି ନୂତନତ୍ୱ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri