ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭବାନୀପାଟଣା,୧୫।୮(ଡି.ଏନ.ଏ.) ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ନେବା ପରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ କଳାହାଣ୍ଡି ଗସ୍ତରେ ଆସିଛନ୍ତି । ବୁଧବାର ଏହି ଅବସରରେ ସେ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ଖବରଦାତା ସମ୍ମିଳନୀରେ ଗତ ବିଧାନସଭାରେ ସରକାରଙ୍କ ଦୋଷ ଦୁର୍ବଳତା ସମ୍ପର୍କରେ ଉଠାଇଥିବା କେତେଗୁଡିଏ ପ୍ରଶ୍ନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିରୋଧିଦଳ ନେତା ନାଏକ ରାଜ୍ୟର ବିଜେଡି ସରକାର ବିଭିନ୍ନ ଯୋଜନା ନାମରେ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଭୋଟ ହାତେଇବା ପରେ ଯୋଜନାଗୁଡିକର କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଥିଲେ। ଗତ ନିର୍ବାଚନ ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିରେ ସରକାର ବଦନାମ ହୋଇ ଚିଟ୍‌ଫଣ୍ଡ ଦୁର୍ନୀତିରେ ଲିପ୍ତ ସଙ୍ଗଠନ ମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇ ଲୋକଙ୍କ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇ ଏଯାଏଁ ତାହା କରିନାହାନ୍ତି। ସେହିଭଳି କାଳିଆ ଯୋଜନା ନାମରେ ୫୭ ହଜାର ଚାଷୀ ପରିବାରଙ୍କୁ ସମ୍ପୃକ୍ତ କରାଯାଇ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଥିବା ଡିଣ୍ଡିମ ପିଟି ଆଜିଯାଏଁ କେନ୍ଦ୍ର ସରକାର ମାଗିଥିବା ଚାଷୀ ତାଲିକା ପ୍ରଦାନ କରିନାହାନ୍ତି। ଉକ୍ତ ତାଲିକା ସର୍ବସାଧାରଣ ଅବଗତ ନିମନ୍ତେ ତୁରନ୍ତ ପ୍ରକାଶ କରିବା ସକାଶେ ବିରୋଧି ଦଳର ନେତା ଦାବି କରିଛନ୍ତି। ବିଜେଡି ଶାସନ ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି, ବେକାରୀ ସମସ୍ୟା, ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ଭଳି ଅନେକ ଘଟଣା ଘଟିଯାଇଥିଲେ ହେଁ ସରକାର ଠିକ ଭାବରେ ଶାସନ ଭାର ପରିଚାଳନା କରୁନାହାନ୍ତି କିମ୍ବା ଦୋଷିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଦିନକୁ ଦିନ ଦୁର୍ନୀତି ଚରମ ସିମାରେ ପହଞ୍ଚତ୍ଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ନବୀନ ସରକାର ଗ୍ରହଣ ନ କରିବା ଜନସାଧାରଣଙ୍କ ପ୍ରତି ସରକାର କୁଠାରଘାତ କରୁଥିବାରୁ ବିରୋଧି ଦଳ ହିସାବରେ ଆମେ ତାକୁ ନିନ୍ଦା କରୁଛୁ। ଖଦିବୋର୍ଡର ଦୁର୍ନୀତିକୁ ସରକାର ଚାପି ଦେଇଛନ୍ତି। କଳାହାଣ୍ଡି ଜିଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଡିକାଲ କଲେଜ, ୟୁନିଭରସିଟି ଦିବାସ୍ବପ୍ନ ଭଳି ଲାଗୁଛି। ଧାନକିଣା ଦୁର୍ନୀତି, ଇନ୍ଦ୍ରାବତୀ ଦକ୍ଷିଣ କେନାଲ କାମର ଦୁର୍ନୀତି, ଭବାନୀପାଟଣା ବାଇପାସ ରାସ୍ତା, ରେଳୱେ ଓଭରବ୍ରିଜ ସକାଶେ ଜମି ଅଧିଗ୍ରହଣ, ରେଳଡବା କାରଖାନା ସକାଶେ ଜମି ଅଧିଗ୍ରହଣ ଆଦି କାର୍ଯ୍ୟରେ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବାରୁ କଳାହାଣ୍ଡିର ବିକାଶ ହୋଇପାରୁନାହିଁ ବୋଲି ବିରୋଧିଦଳର ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ। ସରକାର ଏସବୁକାର୍ଯ୍ୟ ପ୍ରତି ଅବହେଳା କରୁଥିବାରୁ ଆଗାମି ଦିନ ବିରୋଧିଦଳ ଭାବରେ ସରକାରଙ୍କୁ ସବୁଦିଗରୁ ଘେରାଯିବ ବୋଲି ସେ ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀକୁ ଭାନୁପ୍ରକାଶ ରଥ ସଂଯୋଜନା କରିଥିବା ବେଳେ ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ମହାନ୍ତି, ଭାବସିନ୍ଧୁ ମଙ୍ଗରାଜ, ସରିତା ସିନ୍ଧୁ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି ଯେ, ରାଜ୍ୟବାସୀ ଜାଣିଛନ୍ତି ବିଜେଡି ସରକାରଙ୍କ କାର୍ଯ୍ୟକଳାପ। ଏଥିପାଇଁ ଲୋକେ ଲଗାତର ଭୋଟଦେଇ ବିଜୟୀ କରୁଛନ୍ତି। ବିରୋଧୀ ଦଳ ଯାହା ଅଭିଯୋଗ କରୁଛି ସେଥିରେ କିଛି ନୂତନତ୍ୱ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri